fbpx
BSKY
BJD SHG SKY
BJD MC SKY

ଇସ୍ରାଏଲ ପାଇଁ ଭାରତରେ ବମ୍ପର ନିଯୁକ୍ତି, ଆହୁରି ୫ ରାଜ୍ୟ ସାମିଲ

ନୂଆଦିଲ୍ଲୀ: ଭାରତରେ ଯୁଦ୍ଧଗ୍ରସ୍ତ ଇସ୍ରାଏଲ ପାଇଁ କୁଶଳୀ ଶ୍ରମିକମାନଙ୍କର ଜବରଦସ୍ତ ନିଯୁକ୍ତି ରହିଛି । ଉତ୍ତରପ୍ରଦେଶ ଏବଂ ହରିୟାଣା ପରେ ବର୍ତ୍ତମାନ ଆଉ ପାଞ୍ଚଟି ରାଜ୍ୟ ଆଗକୁ ଆସିଛନ୍ତି ଯେଉଁମାନେ ଏହି ନିଯୁକ୍ତି ଡ୍ରାଇଭରେ ଭାଗ ନେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ନିଯୁକ୍ତି ଡ୍ରାଇଭ୍ ପାଇଁ ୧୫ ଜଣିଆ ଇସ୍ରାଏଲ୍ ଟିମ୍ ଭାରତକୁ ଆସିଛନ୍ତି । ଏହି ଦଳ ଅନେକ ରାଜ୍ୟରେ ନିର୍ମାଣ ଶ୍ରମିକ ନିଯୁକ୍ତି କରୁଛନ୍ତି ।

ଜାନୁଆରୀ ୧୬ ରୁ ୨୦ ପର୍ଯ୍ୟନ୍ତ ହରିୟାଣାରେ ଏହି ଡ୍ରାଇଭ୍ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ୧,୩୭୦ ପ୍ରାର୍ଥୀ ପରୀକ୍ଷା ପାଇଁ ହାଜର ହୋଇଥିଲେ, ଯେଉଁଥିରୁ ୫୩୦ ଜଣ ମନୋନୀତ ହୋଇଥିଲେ । ମଙ୍ଗଳବାର ଉତ୍ତରପ୍ରଦେଶରେ ଶେଷ ହୋଇଥିବା ନିଯୁକ୍ତି ପ୍ରକ୍ରିୟାରେ ୭୧୮୨ ମଧ୍ୟରୁ ମୋଟ ୫୦୮୭ ଜଣଙ୍କୁ ଚୟନ କରାଯାଇଛି ।

ବର୍ତ୍ତମାନ ମିଜୋରାମ, ତେଲେଙ୍ଗାନା, ରାଜସ୍ଥାନ, ବିହାର ଏବଂ ହିମାଚଳ ପ୍ରଦେଶ ମଙ୍ଗଳବାର ଦିନ ଇସ୍ରାଏଲ ପାଇଁ ଏକ ନିଯୁକ୍ତି ଡ୍ରାଇଭ୍ କରିବାକୁ ନ୍ୟାସନାଲ ସ୍କିଲ୍ ଡେଭଲପମେଣ୍ଟ କର୍ପୋରେସନ୍ ଇଣ୍ଟରନ୍ୟାସନାଲକୁ ଅନୁରୋଧ କରିଛନ୍ତି । ଏହା ପୂର୍ବରୁ ୩୧ ଜାନୁଆରୀ ୨୦୨୪ ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିଲା ।

ଏହାରି ମଧ୍ୟରେ କେବଳ ଦୁଇଟି ରାଜ୍ୟ (ଉତ୍ତରପ୍ରଦେଶ ଏବଂ ହରିୟାଣା) ଏନ,ସଡିସିଆଇ ସହିତ ଯୋଗାଯୋଗ କରିଥିଲେ । ଏକ ଆକଳନ ରହିଛି ଯେ ଯଦି ୫୦୦୦ କର୍ମଚାରୀ ଇସ୍ରାଏଲରେ ପାଞ୍ଚ ବର୍ଷ କାମ କରନ୍ତି ତେବେ ଭାରତକୁ ୫୦୦୦ କୋଟି ଟଙ୍କା ମିଳିବ । ଅର୍ଥାତ୍ ଏହି ଶ୍ରମିକମାନେ ନିଜ ଦେଶ ଭାରତକୁ ପ୍ରାୟ ୫ ହଜାର କୋଟି ଟଙ୍କା ପଠାଇବେ ।

Get real time updates directly on you device, subscribe now.