fbpx
BJD SKY
BJD SKY

OSSC ପକ୍ଷରୁ ନିଯୁକ୍ତି ସୁଯୋଗ: ଷ୍ଟେନୋଗ୍ରାଫର, ଟାଇପିଷ୍ଟ, DEO ପଦ ପୂରଣ ପାଇଁ ଜାରି ହେଲା ବିଜ୍ଞପ୍ତି

BJD

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ନିକଟରେ ଓଏସଏସସି ପକ୍ଷରୁ ବହୁ ପଦ ପାଇଁ ଚାକିରି ବାହାରିଥିବା ବେଳେ ତା’ର ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ଏହା ମଧ୍ୟରେ ଆଶାୟୀଙ୍କ ପାଇଁ ପୁଣି ବାହାରିଛି ଅନେକ ପଦ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ୱେବସାଇଟ୍ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ମୋଟ ୧୨୪ଟି ପଦ ପୂରଣ ନେଇ ବିଜ୍ଞପ୍ତି ଜାରି କରାଯାଇଛି । ନଭେମ୍ବର ମାସ ୧୮ ତାରିଖରୁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ ହୋଇ ଡିସେମ୍ବର ମାସ ୧୭ ତାରିଖରେ ସମାପ୍ତ ହେବ । ଅନଲାଇନ ଆପ୍ଲିକେସନ ସବମିସନର ଅନ୍ତିମ ତାରିଖ ହେଉଛି ଡିସେମ୍ବର ମାସ ୨୦ ତାରିଖ । ପ୍ରାର୍ଥୀମାନେ ଡିସେମ୍ବର ମାସ ୨୧ରୁ ୨୩ ତାରିଖ ମଧ୍ୟରେ ସେମାନଙ୍କର ଆପ୍ଲିକେସନ ସଂଶୋଧନ କରିପାରିବେ ।

ପ୍ରାର୍ଥୀଙ୍କୁ ଜୁନିୟର ଷ୍ଟେନୋଗ୍ରାଫର, ଜୁନିୟର ଗ୍ରେଡ ଷ୍ଟେନୋଗ୍ରାଫର, ଜୁନିୟର ଗ୍ରେଡ୍ ଟାଇପିଷ୍ଟ, ଜୁନିୟର ଟାଇପିଷ୍ଟ, ଜୁନିୟର କ୍ଲର୍କ ଆଣ୍ଡ ଟାଇପିଷ୍ଟ, ଟାଇପିଷ୍ଟ ଆଣ୍ଡ କପିଇଷ୍ଟ, ଜୁନିୟର ଗ୍ରେଡ ଟାଇପିଷ୍ଟ, ଡାଟା ଏଣ୍ଟ୍ରି ଅପରେଟର ଆଦି ପଦରେ ନିଯୁକ୍ତି ଦିଆଯିବ । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । ଚଳିତ ବର୍ଷ ଜାନୁଆରୀ ମାସ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୧୮ ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ ।

ଅନଲାଇନ୍ ଆବେଦନ ଲିଙ୍କ: Available on 18.11.2023

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.ossc.gov.in/Public/OSSC/Default.aspx

Get real time updates directly on you device, subscribe now.