fbpx

OSSC ପକ୍ଷରୁ ନିଯୁକ୍ତି: ଅମିନ, ବୈଷୟିକ ସହାୟକ, ବୁଣାକାର ସୁପରଭାଇଜର ପଦରେ ଦିଆଯିବ ନିଯୁକ୍ତି

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ (ଓଏସଏସଏସ) ପକ୍ଷରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ଗ୍ରୁପ-ବି ଓ ଗ୍ରୁପ-ସି’ର ବିଭିନ୍ନ ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ବୁଣାକାର ସୁପରଭାଇଜର, ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମଚାରୀ, ବୈଷୟିକ ସହାୟକ, ଅମିନ ପାଇଁ ଅନେକ ପଦ ଖାଲି ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ନୋଟିଫିକେସନକୁ ପଢ଼ିବା ପରେ ଅନଲାଇନରେ ଆବେଦନ କରିପାରିବେ ।

ଚଳିତ ମାସ ୨୬ ତାରିଖରୁ ଆସନ୍ତ ଜୁଲାଇ ମାସ ୨୪ ତାରିଖ ମଧ୍ୟରେ ପ୍ରାର୍ଥୀଙ୍କୁ ଆବେଦନ କରିବାକୁ ପଡ଼ିବ । ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୦-୨୧ ବର୍ଷ ଓ ସର୍ବାଧିକ ୩୮ ବର୍ଷ ହୋଇଥିବା ଆବଶ୍ୟକ । ବିଭିନ୍ନ ପଦ ପାଇଁ ବୟସ ଯୋଗ୍ୟତା ଅଲଗା ଅଲଗା ରହିଛି । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ ।

ବୁଣାକାର ସୁପରଭାଇଜର ପଦ ପାଇଁ ପ୍ରାର୍ଥୀ ହସ୍ତତନ୍ତ ଟେକ୍ନୋଲୋଜିରେ ଡିପ୍ଲୋମା କରିଥିବା ଆବଶ୍ୟକ । ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମଚାରୀ ପଦ ପାଇଁ ପ୍ରାର୍ଥୀ କୃଷି ସମ୍ବନ୍ଧୀୟ ବିଷୟରେ ଯୁକ୍ତଦୁଇ ବିଜ୍ଞାନ / ବୈଷୟିକ ଶିକ୍ଷା ପାସ୍ କରିଥିବା ଆବଶ୍ୟକ । ବୈଷୟିକ ସହାୟକ ପଦ ପାଇଁ ପ୍ରାର୍ଥୀ ମାଟ୍ରିକ ପାସ କରିବା ସହିତ ସରକାରୀ ସଂସ୍ଥାରୁ ହସ୍ତତନ୍ତ ବୁଣାକାର ଓ ଡିଜାଇନ ଟ୍ରେନିଂ ନେଇଥିବେ । ଅମିନ ପଦ ପାଇଁ ପ୍ରାର୍ଥୀ ଯୁକ୍ତ ଦୁଇ ପାସ କରିବା ସହିତ କମ୍ପ୍ୟୁଟର ଜାଣିଥିବେ ।

ଅନଲାଇନ୍ ଆବେଦନ ଲିଙ୍କ: Available on 26.06.2023

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.ossc.gov.in/Public/OSSC/Default.aspx

Get real time updates directly on you device, subscribe now.