fbpx

OSSC ଜାରି କଲା ନିଯୁକ୍ତି କ୍ୟାଲେଣ୍ଡର: ନଭେମ୍ବର ଓ ଡିସେମ୍ବର ମାସର ପରୀକ୍ଷା ତାରିଖ ଘୋଷଣା

ବର୍ତ୍ତମାନ ସମୟରେ ଚାକିରି ସମସ୍ତଙ୍କର ଦରକାର । ବିଶେଷ କରି ସରକାରୀ ଚାକିରି କରିବା ଆଜିକାଲି ଅଧିକାଂଶ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ସ୍ୱପ୍ନ ପାଲଟି ଯାଇଛି । ସରକାରୀ ଚାକିରି କରିବା ପାଇଁ ଅନେକ ପିଲା ରାତିଦିନ ସଂଘର୍ଷ କରିବା ପରେ ବି ସଫଳତା ପାଇନଥାନ୍ତି । ତେବେ ଏହା ମଧ୍ୟରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ନିଯୁକ୍ତି କ୍ୟାଲେଣ୍ଡର ଜାରି କରାଯାଇଛି ।

ଓଏସଏସସି ପକ୍ଷରୁ ନଭେମ୍ବର ଓ ଡିସେମ୍ବର ମାସର ନିଯୁକ୍ତି ପାଇଁ ସମ୍ଭାବ୍ୟ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଆୟୋଗ ପକ୍ଷରୁ ସ୍ଥିରୀକୃତ ହୋଇଥିବା ଏହି ପରୀକ୍ଷା ତାରିଖ ପରବର୍ତ୍ତୀ ସମୟରେ ପରିବର୍ତ୍ତନ ହୋଇପାରେ । ସେଥିପାଇଁ ପ୍ରାର୍ଥୀମାନେ ନିୟମିତ ବ୍ୟବଧାନରେ ଓଏସଏସସିର ଅଫିସିଆଲ ୱେବସାଇଟ https://www.ossc.gov.in/Public/OSSC/Default.aspx ପରିଦର୍ଶନ କରିବାକୁ ଅନୁରୋଧ ।

ସରକାରୀ ମାଧ୍ୟମିକ ସ୍କୁଲ ପାଇଁ ସ୍ଥାୟୀ ଶିକ୍ଷକ ପରୀକ୍ଷାର ସାର୍ଟିଫିକେଟ ଭେରିଫିକେସନ ଚଳିତ ମାସ ୧ରୁ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଚ ଆଣ୍ଡ ୟୁଡି ବିଭାଗ ଅଧିନରେ ଆକାଉଣ୍ଟାଣ୍ଟ ପରୀକ୍ଷାର ସାର୍ଟିଫିକେଟ ଭେରିଫିକେସନ ଚଳିତ ମାସରେ କରାଯିବ । ଇଏସଆଇ ସ୍କିମ ଅଧିନରେ ବିଭିନ୍ନ ଟେକ୍ନିକାଲ ପଦ ପାଇଁ ୧୩ ଓ ୧୪ ତାରିଖରେ ମୁଖ୍ୟ ପରୀକ୍ଷା ଆୟୋଜିତ ହେବ । ଏଚ ଆଣ୍ଡ ୟୁଡି ବିଭାଗ ଅଧିନରେ ଅମିନ ମୁଖ୍ୟ ପରୀକ୍ଷା ଡିସେମ୍ବର ମାସ ୩ ତାରିଖରେ ଆୟୋଜିତ ହେବ । ମିଳିତ ସ୍ନାତକ ପରୀକ୍ଷା ଗ୍ରୁପ-ବି ଓ ଗ୍ରୁପ-ସି ପରୀକ୍ଷାର ସାର୍ଟିଫିକେଟ ଭେରିଫିକେସନ ଚଳିତ ମାସରେ କରାଯିବ । ସ୍ଥାୟୀ ଶିକ୍ଷକ ମୁଖ୍ୟ ପରୀକ୍ଷା ଆସନ୍ତା ମାସ ୧୬ ତାରିଖରେ ହେବ । ମିଳିତ ଉଚ୍ଚ ମାଧ୍ୟମିକ ଯୁକ୍ତ ଦୁଇ ସ୍ତରୀୟ ସ୍ପେଶାଲିଷ୍ଟ ପଦ ପାଇଁ ଆସନ୍ତା ମାସ ୧୭ ତାରିଖରେ ପ୍ରିଲିମିନାରୀ ପରୀକ୍ଷା ଆୟୋଜିତ ହେବ ।

Get real time updates directly on you device, subscribe now.