fbpx
BSKY
BJD MC SKY
BJD MS SKY

ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ସୁଯୋଗ: ASO ପଦ ପୂରଣ ପାଇଁ ଜାରି ହେଲା ବିଜ୍ଞପ୍ତି

ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା ହାଇକୋର୍ଟରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦ ପୂରଣ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଏଥିପାଇଁ ନଭେମ୍ବର ମାସ ୨ ତାରିଖରୁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୧୭ ତାରିଖରେ ସମାପ୍ତ ହେବ । ଯୋଗ୍ୟ ପ୍ରାର୍ଥୀଙ୍କୁ ଓଆରଏସପି ରୁଲ୍ସ, ୨୦୧୭ ଅଧିନରେ ସ୍କେଲ ପେ’ ୩୫,୪୦୦ – ୧,୧୨,୪୦୦ ଲେବଲ-୯ରେ ବେତନ ମିଳିବ ।

ଆବେଦନର ଆରମ୍ଭ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୭ ବର୍ଷ ହୋଇଥିବା ଆବଶ୍ୟକ । ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ କୋହଳ କରାଯିବ । ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ବ୍ୟାଚେଲର ଡିଗ୍ରୀ ହାସଲ କରିବା ସହିତ କମ୍ପ୍ୟୁଟର ଜ୍ଞାନ ରହିଥିବା ଆବଶ୍ୟକ । ମୋଟ ୫୩ଟି ପଦ ଖାଲି ରହିଥିବା ବେଳେ ସେଥିରେ ଏସଟି ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।

ଏଥିରେ ପ୍ରିଲିମିନାରୀ ପରୀକ୍ଷା, ମୁଖ୍ୟ ପରୀକ୍ଷା, କମ୍ପ୍ୟୁଟର ଆପ୍ଲିକେସନ ଟେଷ୍ଟ ଓ ଭିଭା-ଭକ ଟେଷ୍ଟ ରହିଛି । ପ୍ରିଲିମିନାରୀ ପରୀକ୍ଷାରେ ୨ ଘଣ୍ଟାରେ ପ୍ରାର୍ଥୀଙ୍କୁ ୧୫୦ ମାର୍କର ପରୀକ୍ଷା ଦେବାକୁ ପଡ଼ିବ । ପରୀକ୍ଷାରେ ଗ୍ରାଜୁଏସନ ସ୍ତରର ପ୍ରଶ୍ନ ଆସିବ । ଜେନେରାଲ ଇଂରାଜୀ, ଜେନେରାଲ ନଲେଜ, ଲଜିକାଲ ରିଜୋନିଂ ଓ କ୍ୱାଣ୍ଟିଟେଟିଭ୍ ଆପ୍ଟିଟ୍ୟୁଡରୁ ପ୍ରଶ୍ନ ଆସିବ । ମୁଖ୍ୟ ପରୀକ୍ଷାରେ ଇଂରାଜୀରେ ୧୦୦ ମାର୍କ, ଗଣିତରେ ୧୦୦ ମାର୍କ, ସାଧାରଣ ଜ୍ଞାନ ଓ ରିଜୋନିଂରେ ୧୦୦ ମାର୍କର ପ୍ରଶ୍ନ ଆସିବ । କମ୍ପ୍ୟୁଟର ଆପ୍ଲିକେସନରେ ଥିଓରିରେ ୫୦ ମାର୍କ ଓ ଦକ୍ଷତା ଟେଷ୍ଟରେ ୫୦ ମାର୍କର ପରୀକ୍ଷା କରାଯିବ ।

ନୋଟିଫିକେସନ ଲିଙ୍କ: https://www.orissahighcourt.nic.in/important-notices-pdf-view/notification/853/

Get real time updates directly on you device, subscribe now.