fbpx

(Video) ହେ ଆଲ୍ଲା! ଭାରତକୁ ଜିତାଇ ଦିଅ… ବିଶ୍ୱକପରେ ଭାରତର ବିଜୟ ପାଇଁ ପ୍ରାର୍ଥନା କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ବିଶ୍ୱକପରେ ଆଜି ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ଶ୍ରୀଲଙ୍କା । ସେମି ଫାଇନାଲରେ ଏଣ୍ଟ୍ରି ମାରିବା ପାଇଁ ସମସ୍ତ ଟିମ୍ ସଂଘର୍ଷ ଜାରି ରଖିଛନ୍ତି । ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଏହି ମ୍ୟାଚରେ ଦମଦାର ଫାଇଟ୍ ଦେଖିବାକୁ ମିଳିଛି । ତେବେ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ସଫଳ ଦଳ ଭାବରେ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ବର୍ତ୍ତମାନ ସୁଦ୍ଧା ୬ଟି ମ୍ୟାଚରେ ବିଜୟ ହାସଲ କରି ଟୁର୍ଣ୍ଣାମେଣ୍ଟର ଏକମାତ୍ର ଅପରାଜେୟ ଦଳ ପାଲଟିଛି ରୋହିତ ସେନା । ଏହାମଧ୍ୟରେ ଭାରତର ବିଜୟ ପାଇଁ ପ୍ରତ୍ୟେକ ଭାରତୀୟ ପ୍ରାର୍ଥନା କରୁଛି । କିନ୍ତୁ କେବଳ ଭାରତୀୟ ନୁହେଁ, ପାକିସ୍ତାନ ମଧ୍ୟ ଭାରତର ବିଜୟ ପାଇଁ ପ୍ରାର୍ଥନା କରୁଛି ।

ବର୍ତ୍ତମାନ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ୭ଟି ଟିମ୍ ସେମିଫାଇନାଲ ଦୌଡ଼ରେ ରହିଛନ୍ତି । ଭାରତ ଏବଂ ଦକ୍ଷିଣ ଆଫ୍ରିକା ୬ଟି ଲେଖାଏଁ ବିଜୟରୁ ୧୨ ଅଙ୍କ ସହ ସେମି ଫାଇନାଲରେ ନିଜ ସ୍ଥାନ ଏକପ୍ରକାର ସୁନିଶ୍ଚିତ କରିସାରିଛନ୍ତି । ତେବେ ଶ୍ରୀଲଙ୍କା ବିପକ୍ଷ ଆଜିର ମ୍ୟାଚରେ ଭାରତ ବିଜୟ ହାସଲ କଲେ, ଭାରତ ସହିତ ପାକିସ୍ତାନକୁ ମଧ୍ୟ ବଡ଼ ଫାଇଦା ମିଳିପାରିବ । ବର୍ତ୍ତମାନ ପାକିସ୍ତାନ ଟିମ୍ ଧୀରେ ଧୀରେ ସେମି ରାସ୍ତାରେ ଏଣ୍ଟ୍ରି କରୁଛି । କିନ୍ତୁ ସମ୍ଭାବନା ଖୁବ୍ କମ୍ ରହିଛି । ତେଣୁ ପାକିସ୍ତାନ ଟିମକୁ ନିଜର ବିଜୟ ସହ ଅନ୍ୟ ଦଳର ପରାଜୟ ବା ବିଜୟ ଉପରେ ମଧ୍ୟ ନିର୍ଭର କରିବ । ଏହି ମ୍ୟାଚରେ ଶ୍ରୀଲଙ୍କାର ପରାଜୟ ଦଳକୁ ସେମିଫାଇନାଲ୍ ରାସ୍ତାରୁ ବାହାର କରିଦେବ । ଏହିକ୍ରମରେ ପାକିସ୍ତାନକୁ ସେମି ଫାଇନାଲ ପାଇଁ ରାସ୍ତା ଆହୁରି ସହଜ ହୋଇପାରିବ । ତେଣୁ ପାକିସ୍ତାନ ଆଜିର ମ୍ୟାଚରେ ଭାରତର ବିଜୟ ପାଇଁ ପ୍ରାର୍ଥନା କରୁଛି । ସେପଟେ ଦକ୍ଷିଣ ଆଫ୍ରିକା ଠାରୁ ନ୍ୟୁଜିଲାଣ୍ଡ ପରାସ୍ତ ହେବା ପରେ ପାକିସ୍ତାନ ଟିମକୁ ବେଶ୍ ଫାଇଦା ହୋଇଛି ।

ସେମି ଫାଇନାଲରେ ସ୍ଥାନ ପାଇବା ପାଇଁ ପାକିସ୍ତାନ ନିଜର ବାକି ଦୁଇଟି ଯାକ ମ୍ୟାଚରେ ବିଜୟୀ ହେବାକୁ ପଡିବ । ଏହାବ୍ୟତୀତ ନ୍ୟୁଜିଲାଣ୍ଡ ସହିତ ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନକୁ ସେମାନଙ୍କ ବାକି ମ୍ୟାଚରେ ପରାସ୍ତ ହେଲେ ପାକିସ୍ତାନ ସେମି ଫାଇନାଲରେ ପହଞ୍ଚିବାକୁ ସମର୍ଥ ହୋଇପାରିବ । ଯଦି ଦଳ ଗୋଟିଏ ବି ମ୍ୟାଚ୍ରେ ପରାସ୍ତ ହୁଏ, ତେବେ ସେମି ରେସରୁ ଆଉଟ୍ ହୋଇ ଘରକୁ ଫେରିବ ପାକିସ୍ତାନ ।

Get real time updates directly on you device, subscribe now.