fbpx
BJD SKY
BJD SKY

ଜାଣନ୍ତୁ ଧନତେରସର ଶୁଭ ମୁହୂର୍ତ୍ତ, ବିଷକୁମ୍ଭ ଯୋଗ ଥିବାରୁ ଶୁଭ ମୁହୂର୍ତ୍ତ ପୂର୍ବରୁ କିଣିବା ହେବନି ଫଳଦାୟୀ

BJD

ନୂଆଦିଲ୍ଲୀ: ଧନତେରସ ପ୍ରତି ବର୍ଷ ଦୀପାବଳିର ଠିକ୍ ୨ ଦିନ ପୂର୍ବରୁ ମନାଯାଇଥାଏ । କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଧନତେରସ ପାଳନ କରାଯାଇଥାଏ । ଧନତେରସକୁ ଧନତ୍ରୟୋଦଶୀ ବି କୁହନ୍ତି । ଏହିଦିନ ବିଭିନ୍ନ ପ୍ରକାର ସାମଗ୍ରୀ ଯେପରିକି ସୁନା ଗହଣା, ବାସନକୁସନ କିଣିବା ବହୁତ ଶୁଭ ମନେ କରାଯାଏ । ଏହି କ୍ରମରେ ଆସନ୍ତୁ ଜାଣିବା ଏଥର ଧନତେରସ କେବେ ପାଳନ କରିବେ ଓ ଏହିଦିନ ବାସନକୁସନ କିମ୍ବା ଗହଣା କିଣିବା କାହିଁକି ଶୁଭ ହୋଇଥାଏ ।

ପୌରାଣିକ ମାନ୍ୟତା ଅନୁସାରେ ଯେତେବେଳେ ସମୁଦ୍ର ମନ୍ଥନ ହୋଇଥିଲା ସେତେବେଳେ ଏହା ମଧ୍ୟରୁ ଭଗବାନ ଧନ୍ୱନ୍ତରୀ ଅମୃତ କଳସ ଧରି ପ୍ରକଟ ହୋଇଥିଲେ । ଭଗବାନ ଧନ୍ୱନ୍ତରୀଙ୍କୁ ବିଷ୍ଣୁ ଭଗବାନଙ୍କ ଅବତାର କୁହାଯାଏ । ଏହି କାରଣରୁ ଧନତେରସ ପର୍ବ ପାଳନ କରାଯାଇଥାଏ । ଭଗବାନ ଧନ୍ୱନ୍ତରୀ ଏହିଦିନ ଅମୃତ କଳସ ଧରି ପ୍ରକଟ ହୋଇଥିବାରୁ ଏହିଦିନ ଲୋକମାନେ ବାସନକୁସନ କିଣିଥାନ୍ତି ଓ ଘରେ ପୂଜାର୍ଚ୍ଚନା କରିଥାନ୍ତି । ଏହିଦିନ ତମ୍ବା ବାସନ କିଣିବା ବେଶୀ ଶୁଭ ହୋଇଥାଏ । କାରଣ ଏହା ଧନବୃଦ୍ଧି ଲାଗି ବହୁତ ଶୁଭ ହୋଇଥାଏ ।

ଚଳିତ ବର୍ଷ କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ତିଥି ୧୦ ନଭେମ୍ବର ଶୁକ୍ରବାର ପାଳିତ ହେଉଛି ଧନତେରସ । ଏହିଦିନ ସନ୍ଧ୍ୟା ୫ଘ.୪୭ମି.ରୁ ୭ଘ.୪୩ ମି. ପର୍ଯ୍ୟନ୍ତ ପୂଜାର ଶୁଭ ମୁହୂର୍ତ୍ତ ରହିଛି । ଧନତେରସର ତ୍ରୟୋଦଶୀ ତିଥି ୧୦ ନଭେମ୍ବର ଦ୍ୱିପ୍ରହର ୧୨ଘ୩୫ମି.ରୁ ଆରମ୍ଭ ହେଉଛି ଓ ୧୧ ନଭେମ୍ବର ଦ୍ୱିପ୍ରହର ୧ଘ୫୭ମି.ରେ ସମାପ୍ତ ହେଉଛି । ଏହିଦିନ ସନ୍ଧ୍ୟା ୫ଟା ୫ ମିନିଟରୁ କିଣାକିଣି ଆରମ୍ଭ କରିବା ଶୁଭ ଅଟେ । ଏହା ପୂର୍ବରୁ ବିଷକୁମ୍ଭ ଯୋଗ ଥିବାରୁ କୌଣସି ପ୍ରକାର କିଣାକିଣି କରିବା ଶୁଭ ନୁହେଁ ।

Get real time updates directly on you device, subscribe now.