fbpx

ଲିିଙ୍ଗ ପରିବର୍ତ୍ତନ କରି ସରିତାରୁ ହେଲେ ଶରଦ, ଏବେ ବରଯାତ୍ରୀ ନେଇ ଯିବେ ଗାର୍ଲଫ୍ରେଣ୍ଡ ଘରକୁ

Advertisement

ଶାହଜାହାନପୁର: ଝିଅରୁ ପୁଅ ପାଲଟି ଯାଇଥିବା ଶରଦ ସିଂହଙ୍କର ଏହାରି ମଧ୍ୟରେ ନିର୍ବନ୍ଧ ହୋଇସାରିଛି । ନିର୍ବନ୍ଧ ପରେ ଉଭୟଙ୍କର ବିବାହ ତାରିଖ ମଧ୍ୟ ଧାର୍ଯ୍ୟ ହୋଇଯାଇଛି । ଶରଦ ଏହି ମାସରେ ନିଜ ଗାର୍ଲଫେଣ୍ଡଙ୍କ ଘରକୁ ବରଯାତ୍ରୀ ନେଇ ଧୁମଧାମ୍‌ରେ ବାହାରିବେ । ବିବାହକୁ ନେଇ ଉଭୟ ପରିବାର ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି ।

ଗତ ବର୍ଷ ଲିଙ୍ଗ ପରିବର୍ତ୍ତନ କରି ନୂଆ ପରିଚୟ ପାଇଥିବା ଶରଦ ସିଂହଙ୍କର ପିଲିଭିଟ୍‌ରେ ରହୁଥିବା ନିଜ ବାନ୍ଧବୀ ସବିତା ସିଂହଙ୍କ ସହ ଗତ ଶୁକ୍ରବାର ନିର୍ବନ୍ଧ ହୋଇଯାଇଛି । ପୂର୍ବରୁ ଉଭୟଙ୍କ ପରିବାର ଲୋକେ ଏହି ବାହାଘରକୁ ଅସ୍ୱୀକାର କରୁଥିଲେ । କିନ୍ତୁ ଏବେ ଉଭୟଙ୍କ ବାହାଘରକୁ ନେଇ ସମସ୍ତେ ଖୁସୀ ଅଛନ୍ତି । ୨୩ ନଭେମ୍ବରରେ ବରଯାତ୍ରୀଙ୍କୁ ଧରି ଶରଦ ସିଂହ ପିଲିଭିଟ୍ ଯିବେ ଓ ସେଠାରେ ସବିତାଙ୍କ ହାତ ଧରିବେ ।

ନିର୍ବନ୍ଧ ପରେ ଶରଦ କହିଛନ୍ତି ପିଲାଦିନୁ ତାଙ୍କ ମଧ୍ୟରେ ଏକ ପୁଅର ଭାବନା ଥିଲା । ଝିଅ ରୂପରେ ତାଙ୍କୁ ଅନ୍ୟ ପୁଅମାନଙ୍କ ପରି ଏକ ଝିଅ ସହ ପ୍ରେମ ହୋଇଯାଇଥିଲା । ତେବେ ତାଙ୍କର ଏହି ପ୍ରେମ ଏକପାଖିଆ ନ ଥିଲା । ଏହି ପ୍ରେମ ୧୮ ବର୍ଷ ଧରି ଚାଲି ଆସୁଥିଲା ବୋଲି ସେ କହିଛନ୍ତି । ଶରଦ କହିଛନ୍ତି ତାଙ୍କ ପ୍ରେମିକାଙ୍କ ପରିବାର ଏହି ସଂପର୍କକୁ ବିରୋଧ କରୁଥିଲେ ବି ସେ ତାଙ୍କ ଠାରୁ ଦୂରେଇ ଯାଇ ନ ଥିଲେ । ଯେତେବେଳେ ପ୍ରେମିକାଙ୍କ ଘର ଲୋକେ ଆମ ସଂପର୍କକୁ ନେଇ ନରମ ପଡିଯାଇଥିଲେ ସେତେବେଳେ ପ୍ରସ୍ତାବ ପଡିଥିଲା ।

ଶରଦ ସିଂ କାକୋରୀ କାଣ୍ଡର ସହୀଦ ଠାକୁର ରୋଶନ ସିଂହଙ୍କ ଅଣନାତି । ଶରଦ ପେଶାରେ ଜଣେ ଶିକ୍ଷକ । ତେବେ ସରିତାରୁ ଶରଦ ହୋଇଥିବା ଏହି ବ୍ୟକ୍ତି ଜଣେ ଦିବ୍ୟାଙ୍ଗ । ତାଙ୍କ ଗୋଡରେ ଅସୁବିଧା ଥିବାରୁ ସେ ଠିକ୍ ଭାବରେ ଚାଲିପାରନ୍ତି ନାହିଁ । କିନ୍ତୁ ଏତେସବୁ ବିପରୀତ ସ୍ଥିତି ସତ୍ତ୍ୱେ ସେ ନିଜ ଜୀବନସାଥୀଙ୍କୁ ପାଇବା ଲାଗି ଲିଙ୍ଗ ପରିବର୍ତ୍ତନ କରି ଏବେ ବିବାହ କରିବାକୁ ଯାଉଛନ୍ତି । ଲିଙ୍ଗ ପରିବର୍ତ୍ତନ ପରେ ତାଙ୍କ ମୁହଁରେ ଦାଢି ନିଶ ବି ଆସିଯାଇଛି ।

Get real time updates directly on you device, subscribe now.