fbpx
BSKY
BJD YOUTH SKY
BJD MS SKY

OSSC ପକ୍ଷରୁ ଆରମ୍ଭ ହେବ ଏକକ ସ୍ନାତକ ପରୀକ୍ଷା, ସ୍ୱଚ୍ଛ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ (ଓଏସଏସସି) ପକ୍ଷରୁ ଏକକ ସ୍ନାତକ ପରୀକ୍ଷା ଖୁବଶୀଘ୍ର ଆରମ୍ଭ ହେବ । ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଚ, ସରଳ ଓ ଅବାଧ କରିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । ଏ ବାବଦରେ ସବିଶେଷ ସୂଚନା ଓଏସଏସସି ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

ଖୁବଶୀଘ୍ର ଏକକ ସ୍ନାତକ ଭିତ୍ତିକ ଚୟନ ପରୀକ୍ଷା (ସିଜେଏଲଆରଇ) ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଏନେଇ ସମସ୍ତ ପ୍ରକ୍ରିୟା ସମାପ୍ତ ହୋଇଛି । ଏଣିକି ବିଭିନ୍ନ ବିଭାରେ ଖାଲିଥିବା ସ୍ନାତକ ସ୍ତରର ପଦବୀ ପାଇଁ ଗୋଟିଏ ପରୀକ୍ଷା କରାଯିବ । ଏହା ନିଯୁକ୍ତି ପ୍ରକ୍ରିୟା ଓଏସଏସସି ତରଫରୁ ପରିଚାଳନା କରାଯିବ । ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଚଳିତ ବର୍ଷରୁ ଓଏସଏସସି ଏହି ନୂଆ ପଦକ୍ଷେପ ନେବାକୁ ଯାଉଛି ।

ଏନେଇ ଗତ ମାସରେ ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ଓଏସଏସି ଦ୍ୱାରା କରାଯାଉଥିବା ଗ୍ରାଜୁଏଟ ସ୍ତରର ନିଯୁକ୍ତି ଭିତ୍ତିକ ପରୀକ୍ଷା ପାଇଁ ଏକକ ଯୋଗ୍ୟତା ପରୀକ୍ଷା ଅନୁଷ୍ଠିତ ହେବ । ପୂର୍ବ ପରି ଆଉ ଭିନ୍ନ ଭିନ୍ନ ପଦବୀ ପାଇଁ ଅଲଗା ଅଲଗା ପରୀକ୍ଷା କରାଯିବନି । ଏକକ ଯୋଗ୍ୟତା ପରୀକ୍ଷା ଆଧାରରେ ସ୍ନାତକ ବର୍ଗର ପିଲାଙ୍କୁ ବିଭିନ୍ନ ପଦ ପାଇଁ ଚୟନ କରାଯିବ । ତେବେ ଏହି ନିଯୁକ୍ତି ପ୍ରକ୍ରିୟା ଦ୍ୱାରା ଆଶାୟୀଙ୍କର ପ୍ରସ୍ତୁତି ପାଇଁ ସମୟ ବଞ୍ଚିବା ସହ ପରୀକ୍ଷା ଖର୍ଚ୍ଚ ମଧ୍ୟ କମିଯିବ । ଓଏସଏସସି ଦ୍ୱାରା ଆୟୋଜିତ ହେଉଥିବା ଗ୍ରୁପ-ବି ଓ ଗ୍ରୁପ-ସି’ର ବିଭିନ୍ନ ପଦବୀ ପାଇଁ ଏହି ନିୟମ ଲାଗୁ ହେବ ।

Get real time updates directly on you device, subscribe now.