fbpx

ହାଇକୋର୍ଟର ପୂର୍ବତନ ଚିଫ୍ ଜଷ୍ଟିସଙ୍କୁ ଗୁଳି କରି ହତ୍ୟା, ପୁଣି ଦେଖିବାକୁ ମିଳିଲା ଆତଙ୍କବାଦୀଙ୍କ ବର୍ବରତା

ନୂଆଦିଲ୍ଲୀ: ପାକିସ୍ତାନରୁ ଏକ ବଡ଼ ଖବର ଆସିଛି । ପାକିସ୍ତାନ ବେଲୁଚିସ୍ତାନର ହାଇକୋର୍ଟର ଜଣେ ପୂର୍ବତନ ମୁଖ୍ୟ ବିଚାରପତିଙ୍କୁ ହତ୍ୟା କରାଯାଇଛି । ଆତଙ୍କବାଦୀମାନେ ତାଙ୍କୁ ଏକ ମସଜିଦ ବାହାରେ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି । ପୂର୍ବତନ ଜଷ୍ଟିସ ମହମ୍ମଦ ନୁର ମେସ୍କାଞ୍ଜାଇଙ୍କ ଉପରକୁ ଖରାନା ଅଞ୍ଚଳରେ ଗୁଳି ବର୍ଷଣ କରାଯାଇଥିବା ବେଳେ ପରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିବା ପୋଲିସ ସୂତ୍ରରୁ ପ୍ରକାଶ ।

ନୁରଙ୍କ ଉପରେ ଆତଙ୍କବାଦୀମାନେ ଭୟଙ୍କର ଭାବେ ଆକ୍ରମଣ କରିଥିବା ନେଇ ସବିଶେଷ ସୂଚନା ପ୍ରଦାନ କରିଛନ୍ତି ବେଲୁଚିନ୍ତାନର ଏସପି । ଅନ୍ୟପକ୍ଷରେ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ବେଲୁଚିସ୍ତାନର ମୁଖ୍ୟମନ୍ତ୍ରୀ । ପୂର୍ବତନ ଜଷ୍ଟିସଙ୍କ ସେବା ସର୍ବଦା ଅସ୍ମରଣୀୟ ରହିବ । ଆତଙ୍କବାଦୀଙ୍କର ଏହି କାର୍ଯ୍ୟ ଭିରୁତାର ପରିଚୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ନିକଟରେ ପୂର୍ବତନ ଜଷ୍ଟିସ ନୁର ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ । ସେ ଶରୀୟତଙ୍କ ବିରୋଧରେ ରିବା ଆଧାରିତ ବ୍ୟାଙ୍କିଂ ପ୍ରଣାଳୀ ଘୋଷଣା କରିଥିଲେ । ତେଣୁ ଏହି କାରଣ ପାଇଁ ତାଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଏହି ଘଟଣା ପରେ ପୂର୍ବତନ ଚିଫ୍ ଜଷ୍ଟିସଙ୍କୁ ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି । ଚଳିତ ବର୍ଷର ସେପ୍ଟେମ୍ବର ମାସରେ ପାକିସ୍ତାନରେ ସବୁଠାରୁ ବେଶି ଆତଙ୍କାବାଦୀ ଆକ୍ରଣ ଘଟିଥିବା ଦେଖାଯାଇଛି ।

Get real time updates directly on you device, subscribe now.