fbpx

ହୋଟେଲ ‘ନିମନ୍ତ୍ରଣ’ରେ ବଡ଼ ଧରଣର ଘୋଟାଲା: ବନ୍ଧାହେଲେ OTDC ମ୍ୟାନେଜର

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହୋଟେଲ ‘ନିମନ୍ତ୍ରଣ’ରେ ହୋଇଛି ବଡ଼ ଧରଣର ଘୋଟାଲା । ୧୭ ଲକ୍ଷ ୫୦ ହଜାର ଟଙ୍କା ଚଳୁ ହୋଇଥିବା ବେଳେ ଏଥିରେ ଓଟିଡିସି ମ୍ୟାନେଜର ଅର୍ଦ୍ଧେନ୍ଦୁ ମହାନ୍ତିଙ୍କୁ ଗିରଫ କରାଯାଇଛି । ଠିକା କର୍ମଚାରୀ ସୁନୀଲ ଘଡ଼େଇ ମଧ୍ୟ ଠକେଇ ଅଭିଯୋଗରେ ଗିରଫ ହୋଇଛନ୍ତି ।

Odisha CM Inaugurates OTDC's Nimantran Restaurant in Bhubaneswar – News Room Odisha

ତେବେ ବିଗତ ୬ ମାସର ଟଙ୍କା ଡିପୋଜିଟ ନକରି ଚଳୁ କରିଥିବା ଅଭିଯୋଗ ହୋଇଛି । ପ୍ରତିଦିନ ଆୟର ୫୦% ଟଙ୍କା ନିଜ ଆକାଉଣ୍ଟ ପଠାଉଥିଲେ ୨ କର୍ମଚାରୀ । ଅଡିଟ ବେଳେ ଏହା ଜଣାପଡିବା ପରେ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁସାରେ ଅର୍ଦ୍ଧେନ୍ଦୁଓ ସୁନୀଲଙ୍କୁ ଗିରଫ କୋର୍ଟ ଚାଲାଣ କରିଛି ସହିଦ ନଗର ଥାନା ପୋଲିସ ।

Get real time updates directly on you device, subscribe now.