fbpx

ପର୍ଯ୍ୟଟକଙ୍କ ପାଇଁ ଓଟିଡିସିର ନୂଆ ପ୍ୟାକେଜ୍

ଭୁବନେଶ୍ୱର,୧୯ ।୧୨(ଓଡିଶା ଭାସ୍କର): ପର୍ଯ୍ୟଟକଙ୍କ ପାଇଁ ନୂଆ ପ୍ୟାକେଜ୍ ଘୋଷଣା କରିଛି OTDC । ୬ଟି ପାନ୍ଥନିବାସରେ ୱେଡିଙ୍ଗ ପ୍ୟାକେଜ୍ ଘୋଷଣା କଲା OTDC । ଗୋପାଳପୁର, ରମ୍ଭା, କୋଣାର୍କ, ପୁରୀ ପାନ୍ଥ ନିବାସରେ ମିଳିବ ସୁବିଧା । ଚାନ୍ଦିପୁର ଓ ବଡ଼କୁଳ ପାନ୍ଥନିବାସରେ ବି ମିଳିବ ୱେଡିଙ୍ଗ ପ୍ୟାକେଜ୍ । ପ୍ୟାକେଜରେ ବିବାହ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭ୍ରମଣର ସୁବିଧା ଦେବ OTDC ।

ସେହିପରି ପଶ୍ଚିମ ଓଡ଼ିଶା ଓ ଚିଲିକା ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଘୋଷଣା କରିଛି OTDC । କଳାହାଣ୍ଡି ଓ ବଲାଙ୍ଗିର ପାଇଁ ୨ଟି ସ୍ବତନ୍ତ୍ର ବସ୍ ସେବା ଆରମ୍ଭ ହେବ । ଚିଲିକାରେ ଭାସମାନ ଭୋଜନାଳୟ ଓ ଭାସମାନ ଘରର ବ୍ୟବସ୍ଥା ହେବ ।

Get real time updates directly on you device, subscribe now.