fbpx
BJD SKY
BJD SKY

SBIର ବଡ଼ ଘୋଷଣା: ଏଣିକି ଅନ୍ୟ ବ୍ୟାଙ୍କର ଗ୍ରାହକମାନେ ମଧ୍ୟ YONO Appରେ ନେଣଦେଣ କରିପାରିବେ, ପ୍ରୋସେସ୍ ଜାଣନ୍ତୁ

BJD

ନୂଆଦିଲ୍ଲୀ: ଯଦି ଆପଣମାନେ ଏସବିଆଇର ୟୋନୋ ଆପ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ନିକଟରେ ଦେଶର ସର୍ବବୃହତ ବ୍ୟାଙ୍କ ୟୋନୋ ଆପ ନୂଆ ଭର୍ସନ ଲଞ୍ଚ କରିଛି । ଏବେ ଏହି ଆପ ମାଧ୍ୟମରେ ଆପଣମାନେ ୟୁପିଆଇ ଜରିଆରେ ପେମେଣ୍ଟ କରିପାରିବେ । ଏହି ସୁବିଧା ଅଣ-ଏସବିଆଇ ଗ୍ରାହକଙ୍କ ପାଇଁ ମଧ୍ୟ ଉପଲବ୍ଧ ଅଟେ ।

ଏସବିଆଇର ୟୋନୋ ଆପର ନୂଆ ଭର୍ସନ ଲଞ୍ଚ ହେବା ପରେ ପ୍ରତ୍ୟେକ ଗ୍ରାହକଙ୍କୁ ୟୁପିଆଇ ପେମେଣ୍ଟ କରିବାର ଅନୁମତି ଦିଆଯାଇଛି । ଏହାର ଅର୍ଥ ହେଉଛି ଏବେ ଅନ୍ୟ ବ୍ୟାଙ୍କର ଗ୍ରାହକମାନେ ମଧ୍ୟ ଏହି ଫାଇଦା ଉଠାଇ ପାରିବେ । ୟୋନୋ ଆପ ପାଇଁ ଏଣିକି ଏସବିଆଇ ଆକାଉଣ୍ଟ ଜରୁରୀ ହେବ ନାହିଁ । ଯେ କୌଣସି ବ୍ୟାଙ୍କର ଗ୍ରାହକ ସ୍କାନ କରିବା ସହିତ ନିଜର ସମ୍ପର୍କୀୟଙ୍କୁ ପେମେଣ୍ଟ କରିପାରିବେ ବୋଲି ନିକଟରେ ଏସବିଆଇ ପକ୍ଷରୁ କୁହାଯାଇଥିଲା । ଦେଶର ପ୍ରତ୍ୟେକ ନାଗରିକ ଏହି ଆପ ଜରିଆରେ ଡିଜିଟାଲ ବ୍ୟାଙ୍କିଂ ସେବା ପାଇ ପାରିବେ ବୋଲି ଚଳିତ ମାସ ପ୍ରାରମ୍ଭରେ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ।

ଯଦି ଆପଣ ଏସବିଆଇର ଗ୍ରାହକ ନୁହନ୍ତି ଓ ୟୋନୋ ଆପ ଜରିଆରେ ୟୁପିଆଇ ପେମେଣ୍ଟ କରିବାକୁ ଚାହାନ୍ତି ତେବେ ଆପଣଙ୍କୁ କିଛି ଷ୍ଟେପସ ଫଲୋ କରିବାକୁ ପଡ଼ିବ:-

୧- ପ୍ରଥମେ ୟୋନୋ ଆପକୁ ଡାଉନଲୋନ୍ କରିବାକୁ ପଡ଼ିବ । ଏହାପରେ ‘ନ୍ୟୁ ଟୁ ଏସବିଆଇ’ ଓ ରେଜିଷ୍ଟର ନାଓ’ ଅପ୍ସନକୁ ସିଲେକ୍ଟ କରନ୍ତୁ ।

୨- ଯଦି ଆପଣ ଏସବିଆଇ ଗ୍ରାହକ ନୁହନ୍ତି ତେବେ ‘ରେଜିଷ୍ଟର ନାଓ’ ଉପରେ କ୍ଲିକ କରନ୍ତୁ ।

୩- ଏହାପରେ ବ୍ୟାଙ୍କ ଆକାଉଣ୍ଟ ସହିତ ନିଜର ମୋବାଇଲ ସିମକୁ ମଧ୍ୟ ସିଲେକ୍ଟ କରିବାକୁ ପଡ଼ିବ ।

୪- ଏହାପରେ ଆପଣ ନିଜର ମୋବାଇଲ ନମ୍ବର ଭେରିଫାଏ କରାଇ ନିଅନ୍ତୁ । ତା’ପରେ ନିଜର ୟୁପିଆଇ ଆଇଡି ତିଆରି କରିବା ପାଇଁ ବ୍ୟାଙ୍କକୁ ସିଲେକ୍ଟ କରନ୍ତୁ ।

୫- ଏହାପରେ ଆପଣଙ୍କ ନିକଟକୁ ଏକ ମେସେଜ ଆସିବ । ଏସବିଆଇରେ ଆପଣଙ୍କର ପଞ୍ଜିକରଣ ଆରମ୍ଭ ହୋଇଯାଇଛି, ଏହା ଆପଣ ନିଶ୍ଚିତ କରିବାକୁ ପଡ଼ିବ ।

୬- ଏହାପରେ ଆପଣଙ୍କୁ ୟୁପିଆଇ ହ୍ୟାଣ୍ଡେଲ ତିଆରି କରିବାକୁ ପଡ଼ିବ । ଏଥିପାଇଁ ଆପଣଙ୍କୁ ୩ଟି ଅପ୍ସନ ମଧ୍ୟରୁ ଗୋଟିଏ ବାଛିବାକୁ ପଡ଼ିବ ।

୭- ଏବେ ଆପଣଙ୍କୁ ୟୁପିଆଇ ଆଇଡି ସିଲେକ୍ଟ କରି ନିଶ୍ଚିତ କରିବାକୁ ପଡ଼ିବ ।

୮- ଏହାପରେ ଆପଣଙ୍କୁ ଆକାଉଣ୍ଟ ଲଗ-ଇନ କରିବାକୁ ପଡ଼ିବ । ଏଥିପାଇଁ ଆପରଙ୍କୁ ଏମପିନ୍ ସେଟ କରିବାକୁ ପଡ଼ିବ ।

୯- ଆକାଉଣ୍ଟ ଲଗ-ଇନ କରିବା ପରେ ଆପଣଙ୍କୁ ନିଜର ୬ ଡିଜିଟର ଏମପିନ୍ ଦାଖଲ କରିବାକୁ ପଡ଼ିବ ।

୧୦- ଆପଣ ଏମପିନ୍ ସେଟ କରିବା ପରେ ୟୁପିଆଇ ପେମେଣ୍ଟ ପାଇଁ ୟୋନୋ ଆପର ବ୍ୟବହାର କରିପାରିବେ ।

Get real time updates directly on you device, subscribe now.