fbpx

OUAT ପ୍ରବେଶିକା ପରୀକ୍ଷା ସେପ୍ଟେମ୍ବର ୨୭ରୁ ଆରମ୍ଭ, ଜାଣନ୍ତୁ ଆବେଦନର ଅନ୍ତିମ ତାରିଖ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପ୍ରବେଶିକା ପରୀକ୍ଷା ଆସନ୍ତା ସେପ୍ଟେମ୍ବର ୨୭ ତାରିଖରୁ ଆରମ୍ଭ ହେବ । ଏଥିପାଇଁ ଛାତ୍ରଛାତ୍ରୀମାନେ ଚଳିତ ମାସ ୩୧ ତାରିଖ ସୁଦ୍ଧା ଆବେଦନ କରିପାରିବେ । ଓୟୁଏଟି ଅଧୀନ କଲେଜଗୁଡ଼ିକରେ ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ସେପ୍ଟେମ୍ବର ୨୭ରୁ ୩୦ ମଧ୍ୟରେ ପ୍ରବେଶିକା ପରୀକ୍ଷା କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମୋଡ଼ରେ ଅନୁଷ୍ଠିତ ହେବ । ଏଥିପାଇଁ ଛାତ୍ରଛାତ୍ରୀମାନେ ଓୟୁଏଟି ୱେବସାଇଟ୍ www.ouat.nic.in କୁ ଯାଇ ଆବେଦନ କରିପାରିବେ ।

ତେବେ ସେପ୍ଟେମ୍ବର ୧୬ ତାରିଖରୁ ଛାତ୍ରଛାତ୍ରୀମାନେ ଆଡମିଡ୍ କାର୍ଡ ଡାଉନଲୋଡ୍ କରିପାରିବେ । ସେହିପରି ସେପ୍ଟମ୍ବର ୬ରୁ ୨୫ ତାରିଖ ପର୍ଯ୍ୟନ୍ତ ମକ୍ ଟେଷ୍ଟ ଅନୁଷ୍ଠିତ ହେବ । ଛାତ୍ରଛାତ୍ରୀଙ୍କ ସମସ୍ତ ପ୍ରକାର ସମସ୍ୟାର ସମାଧାନ ପାଇଁ କମନ୍ ସର୍ଭିସ୍ ସେଣ୍ଟର ସ୍ଥାପନ କରାଯାଇଛି । ଏଥିସହିତ ଆଡମିଡ୍ କାର୍ଡ ଓ ପରୀକ୍ଷା ସମ୍ପର୍କିତ ସୂଚନା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ହେଲପ୍ ଲାଇନ୍ ନମ୍ବର ଜାରି କରାଯାଇଛି ।

Get real time updates directly on you device, subscribe now.