fbpx
BJD SKY
BJD SKY

ଆଜି ୩ଟି ଜିଲ୍ଲାରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ହେବ ଶୁଭାରମ୍ଭ; ଜାଣନ୍ତୁ କେଉଁ ଜିଲ୍ଲାକୁ କେତେ ଭେଟି ମିଳିବ?

BJD

ଓଡିଶା ଭାସ୍କର; ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଆଜି ତିନିଟି ଜିଲ୍ଲାକୁ ସାମିଲ କରାଯିବ । ଏଥିରେ ମୟୂରଭଞ୍ଜ, ସମ୍ବଲପୁର ଓ ମାଲକାନଗିରି ଜିଲ୍ଲା ରହିଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମସ୍ତ ଜିଲ୍ଲାରେ ଯୋଜନାର ଶୁଭାରମ୍ଭ କରାଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯିବାର ଆଜି କାର୍ୟ୍ୟକ୍ରମ ରହିଛି । ଆଭାସୀ ଜରିଆରେ ଏହି ତିନିଟି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ସମସ୍ତ ଜିଲ୍ଲାର ବିକାଶ ପାଇଁ ବହୁ ବ୍ୟବ ବରାଦ କରାଯାଇଥିବା ଦେଖିବାକୁ ମିଳିଛି । କେଉଁ ଜିଲ୍ଲାକୁ କେତେ ଟଙ୍କା ମିଳିବ ସେନେଇ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାର ଯଶିପୁର, କରଞ୍ଜିଆ, ସାରସକଣା ଓ ରାଇରଙ୍ଗପୁର ନିର୍ବାଚନମଣ୍ଡଳୀରେ ୯୦ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ କରାଯିବ । ଯେଉଁଥିରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ହଜାର ୪୨୭ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଯୋଗାଇ ଦିଆଯିବ । ସେହିପରି ସମ୍ବଲପୁର ଜିଲ୍ଲାରେ ୬୯ କୋଟି ଟଙ୍କା ବ୍ୟୟରେ ୧ ହଜାର ୮୦୧ ଏବଂ ମାଲକାନଗିରି ଜିଲ୍ଲାରେ ୫୫ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୧ ହଜାର ୪୩୦ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ।

ସୂଚନା ଥାଉକି, ଅକ୍ଟୋବର ୧୦ ତାରିଖରେ ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା ଆରମ୍ଭ ହୋଇଛି। ସାରା ରାଜ୍ୟରେ ଆମ ଓଡିଶା ନବୀନ ଓଡିଶା କାର୍ୟ୍ୟକ୍ରମ ପାଇଁ ୩ ହଜାର ୩୯୭ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନାରେ ରାଜ୍ୟର ୬ ହଜାର ୭୯୪ଟି ପଞ୍ଚାୟତ ସାମିଲ ହେବେ । ମୋଟ ୯୦ ହଜାର ୭୨୩ଟି ପ୍ରକଳ୍ପ କାର୍ୟ୍ୟକାରୀ ହେବ । ଏହି ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ମିଳିବ ବୋଲି ସୂଚନା ରହିଛି ।

 ଆଜି କେଉଁ ଜିଲ୍ଲାକୁ କେତେ ମିଳିବ?

  • ମୟୂରଭଞ୍ଜକୁ ମିଳିବ;- ୯୦ କୋଟି ୫୦ ଲକ୍ଷ ଟଙ୍କା
  • ସମ୍ବଲପୁରକୁ ମିଳିବ;- ୬୯ କୋଟି ଟଙ୍କା
  • ମାଲକାନଗିରିକୁ ମିଳିବ;- ୫୫ କୋଟି ୫୦ ଲକ୍ଷ ଟଙ୍କା

Get real time updates directly on you device, subscribe now.