fbpx

ମହିଳା ସାମ୍ବାଦିକଙ୍କ ଉପରେ ହାତ ଉଠାଇବା ଘଟଣା: ଟୁଟୁ ନାୟକଙ୍କ ବିରୋଧରେ ନିଜ ଆଡ଼ୁ ମାମଲା ରୁଜୁ କଲେ ମହିଳା କମିଶନ

Advertisement

ପୁଣି ବଢ଼ିଲା ଟୁଟୁ ନାୟକଙ୍କ ଅଡ଼ୁଆ । ମହିଳା ସାମ୍ବାଦିକଙ୍କ ଉପରେ ହାତ ଉଠାଇବା ଘଟଣାରେ ମହିଳା କମିଶନ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଛନ୍ତି । ଏ ନେଇ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଆଜି ସୂଚନା ଦେଇଛନ୍ତିି । ଏହା ସହ ପୁଲିସ କମିଶନରଙ୍କୁ ୧୫ ଦିନ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଥାଉ କି, ମହିଳା ସମ୍ବାଦିକଙ୍କୁ ମାଡ଼ ମାରିବା ଘଟଣାରେ ଗତକାଲି ଟୁଟୁଙ୍କ ନାଁରେ ଏକ ମାମଲା ରୁଜୁ ହୋଇଥିଲା । ତେବେ ଏ ନେଇ ସେ ପରେ କ୍ଷମାପ୍ରାର୍ଥନା ମଧ୍ୟ କରିଥିଲେ । କିନ୍ତୁ ଆଜି ମହିଳା କମିସନ ନିଜଆଡ଼ୁ ଏ ଘଟଣାରେ ଏକ ମାମଲା ରୁଜୁ କରିଛନ୍ତି । ପୁଲିସ କମିଶନରଙ୍କୁ ଏ ନେଇ ଜବାବ ତଲବ କରିବା ସହ ୧୫ ଦିନ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଟୁଟୁ ଆଗରୁ ଅନେକ ବିବାଦରେ ଛନ୍ଦି ହୋଇ ରହିଛନ୍ତି । ତାଙ୍କ ବିରୋଧରେ କାଷ୍ଟିଂକାଉଚ ଏବଂ ମହିଳା ସାମ୍ବାଦିକଙ୍କ ଉପରେ ହାତ ଉଠାଇବା ଭଳି ସଙ୍ଗୀନ ଅଭିଯୋଗ ରହିଛି ।

Get real time updates directly on you device, subscribe now.