fbpx

Video: ଆମର ବ୍ୟକ୍ତିଗତ ଘଟଣା ସବୁ ଠିକ ହୋଇଗଲା, ମୁଁ ବହୁତ ଖୁସି ଅଛି, ‘ମୋ ଶ୍ରେୟା ମୋ ପାଖକୁ ଫେରୁଛନ୍ତି’

କଟକ: ଲୋକପ୍ରିୟ ଗାୟକ ଏବଂ ପତ୍ନୀ ଶ୍ରେୟା ମିଶ୍ରଙ୍କ ପାରିବାରିକ ମାମାଲା ନୂଆ ମୋଡ଼ ନେଇଛି। ଆଜିି ଉଭୟ ପକ୍ଷ ଥାନାରେ ହାଜର ହୋଇଥିବା ବେଳେ ଦୁହିଁଙ୍କ ମନ ମିଶିଛି। ଆଉ ଆଗକୁ ମିଳିମିଶି ରହିବେ ବୋଲି କହିଛନ୍ତି, ଶ୍ରେୟା ଏବଂ ହ୍ୟୁମାନ। ଦୁହିଁଙ୍କ ମଧ୍ୟରେ ଉଠିଥିବା ବିବାଦର ସମାଧାନ ହୋଇଛି ଏବଂ ଆପୋସ ବୁଝାମଣା ହୋଇଥିବା ହ୍ୟୁମାନ କହିଛନ୍ତି। ସେହିପରି ଶ୍ରେୟା କହିଛନ୍ତି ଯେ, ଯାହା ଭୁଲ ଥିଲା ସବୁ ବୁଝାମଣା ହୋଇଛି। ଏଣିକି ଦୁହେଁ ମିଶି ରହିବେ।

ସେହିପରି ହ୍ୟୁମାନଙ୍କ ମାଆ କହିଛନ୍ତି ଯେ, ସେମାନେ ଏଣିକି ମିଶିକରି ରହିବେ। ଏନେଇ ଏସିପି ମଧ୍ୟ ସମାନ କଥା କହିଛନ୍ତି, ଉଭୟ ପକ୍ଷ ମଧ୍ୟରେ ଆପୋସ ବୁଝାମଣା ହୋଇଛି, ତେବେ କିଛି ଦିନ ପରେ ଶ୍ରେୟା ହ୍ୟୁମାନଙ୍କ ଘରକୁ ଫେରିବେ ବୋଲି ସେ କହିଛନ୍ତି। କିନ୍ତୁ ଏହା ପୁର୍ବରୁ ଶ୍ରେୟା ତାଙ୍କର ବାପଘର ଲୋକଙ୍କ ସହିତ ଆଲୋଚନା କରିବେ ଏବଂ ଶାଶୂ ଘରକୁ ଆସିବେ ବୋଲି ସେ ସୂଚନା ଦେଇଛନ୍ତି।

ଗତ ଜାନୁଆରୀ ୧୮ ତାରିଖରୁ ଗାୟକ ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରେୟାଙ୍କ ପାରିବାରିକ ବିବାଦ ସାମ୍ନାକୁ ଆସିଥିୟଲା। ହ୍ୟୁମାନ ଶ୍ରେୟାଙ୍କୁ ଶାରୀରିକ ଏବଂ ମାନସିକ ଯନ୍ତ୍ରଣା ଦେଉଥିବା କରିଥିଲେ। ଏହି ଘଟଣାକୁ ଆଧାର କରି ଉଭୟେ ପୂର୍ବରୁ କଟକ ମହିଳା ଥାନାରେ ହାଜର ହୋଇଥିବା ବେଳେ ଆଜି ଦ୍ୱାତୀୟ ଥର ପାଇଁ ଥାନାରେ ହାଜର ହୋଇଥିଲେ। ଏତିସହିତ ହ୍ୟୁମାନଙ୍କ ମା ମଧ୍ୟ ଥାନାରେ ହାଜର ହୋଇଥିବା ପହଂଚିଥିଲେ।

Get real time updates directly on you device, subscribe now.