fbpx

ଖୁସି ଖବର : ଭାରତରେ କେବଳ ୨୨୫ଟଙ୍କାରେ ମିଳିବ ଅକ୍ସଫୋର୍ଡ କରୋନା ଟୀକା!

ଭାରତରେ କରୋନା ମହାମାରୀ ବଢି ବଢି ଚାଲିଛି । ଦିନକୁ ସଂକ୍ରମିତଙ୍କ ସଂଖ୍ୟାରେ ଭାରତ ମଧ୍ୟ ପ୍ରଥମ ସ୍ଥାନରେ ପହଞ୍ଚିସାରିଛି । ଏପରି ପରିସ୍ଥିତିରେ ଲୋକମାନେ କରୋନା ଟୀକା ଉପରେ ଆଶା ବାନ୍ଧି ବସିଛନ୍ତି । ଏହି ମାମଲାରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ସବୁଠାରୁ ଅଧିକ ଆଶା ରହିଛି, ଯାହାର ମାନବ ପରୀକ୍ଷା ଶେଷ ପର୍ଯ୍ୟାୟରେ ରହିଛି । ଇକୋନୋମିକ ଟାଇମ୍ସ ଖବର ମୁତାବକ, ଭାରତରେ ଗରୀବ ଓ ମଧ୍ୟବିତ୍ତ ପରିବାରକୁ ଏହି ଟୀକା ମାତ୍ର ୨୨୫ ଟଙ୍କାରେ ଦିଆଯିବ ।

ତେବେ ଇକୋନୋମିକ ଟାଇମ୍ସ ଦାବି କରିଛି ଯେ, ସୀରମ୍ କମ୍ପାନୀ ଭାରତରରେ ମାତ୍ର ୨୨୫ ଟଙ୍କାରେ କରୋନା ଟୀକା ବିକ୍ରି କରିବ । ତେବେ ଆପଣ ଭାବୁଥିବେ କି, କମ୍ପାନୀ ଏତେ ଶସ୍ତାରେ କାହିଁକି ଟୀକା ବିକ୍ରି କରିବ? ଏହି ପ୍ରଶ୍ନର ଉତ୍ତର ହେଉଛି ଯେ, ଗେଟ୍ସ ଫାଉଣ୍ଡେସନ ଟୀକା ଉତ୍ପାଦନ କମ୍ପାନୀକୁ ପ୍ରାୟ ୧୫୦ ମିଲିୟନ ଡଲାରର ବିପଦ-ପାଣ୍ଠି ପ୍ରଦାନ କରିଛି । ଏହି ଟଙ୍କା ଦ୍ୱାରା ସୀରମ କମ୍ପାନୀର ଉତ୍ପାଦନ ଖର୍ଚ୍ଚକୁ କମ୍ କରିବାରେ ସାହାର୍ଯ୍ୟ କରିବ ।

Get real time updates directly on you device, subscribe now.