fbpx

ମରିଗଲା ମା ପ୍ରତି ମମତା! ୯୦ ବର୍ଷୀୟ ମହିଳା କରୋନା ପଜିଟିଭ୍ ହେବାରୁ ଜଙ୍ଗଲରେ ଫିଙ୍ଗିଦେଲା ପୁଅ

ଔରଙ୍ଗାବାଦରେ ଏକ ମାନବତାକୁ ଲଜ୍ଜିତ କଲାଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଏଠାରେ ଏକ ପୁଅ ନିଜର ଜନ୍ମକଲା ମାକୁ ଜୀବିତ ଜଙ୍ଗଲରେ ଫିଙ୍ଗିଦେଇ ଚାଲିଆସିଛି । ଏହାର କାରଣ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସି ଯିବ । ରିପୋର୍ଟ ମୁତାବକ, ମହିଳା ଜଣକ କରୋନା ପଜିଟିଭ୍ ଥିଲେ । ଏହି କାରଣରୁ ଘରର ସଦସ୍ୟମାନେ ମହିଳାଙ୍କୁ ସେମାନଙ୍କ ସାଙ୍ଗରେ ରଖିବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ପରେ ପରିବାର ଲୋକ ବୃଦ୍ଧ ମହିଳାଙ୍କୁ ରାତିର ସୁଯୋଗ ନେଇ ଔରଙ୍ଗବାଦ କଚ୍ଚୀଘାଟି ଅଞ୍ଚଳର ଜଙ୍ଗଲରେ ଫିଙ୍ଗିଦେଇଥିଲେ । ଏହି ମାମଲାର ଖବର ପାଇଁ ଏକ ମାମଲା ରୁଜୁ କରିବା ସହ ପରିବାର ଲୋକଙ୍କୁ ଖୋଜିବା ଆରମ୍ଭ କରିଛି ପୋଲିସ ।

ତେବେ କଚ୍ଚୀଘାଟି ଜଙ୍ଗଲରେ ଜଣେ ବୃଦ୍ଧି ମହିଳା ପଡିଥିବାର ଦେଖିବାକୁ ମିଳିଥିଲା । ୯୦ ବର୍ଷର ମହିଳାଙ୍କୁ ଏକ ଚାଦର ଘୋଡାଇ ଜଙ୍ଗଲ ଭିତରେ ଛାଡିଦିଆଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ମହିଳାଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରାଇଥିଲା । ସେଠାରେ ବୃଦ୍ଧ ମହିଳାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ବୃଦ୍ଧ ଏସମ୍ପର୍କରେ ପଚରାଯିବାରୁ ସବୁ ସତ କଥା ସାମ୍ନାକୁ ଆସିଥିଲା । ବୃଦ୍ଧି ମହିଳାଙ୍କୁ ଜଙ୍ଗଲରେ ଫିଙ୍ଗିଥିବା ପରିବାର ଲୋକଙ୍କୁ ଏବେ ପୋଲିସ ଖୋଜିବାରେ ଲାଗିଛି ।

Get real time updates directly on you device, subscribe now.