fbpx

ରାଜ୍ୟରେ ଆଜି ମଧ୍ୟ ୧୨ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, ୮ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୬୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨ଜଣଙ୍କ ଜୀବନ ନେଇଛି କରୋନା । ମୃତକଙ୍କ ମଧ୍ୟରୁ ଗଞ୍ଜାମ, କେନ୍ଦୁଝର, କନ୍ଧମାଳ ଓ ଖୋର୍ଦ୍ଧାରୁ ୨ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନାରେ ବାଲେଶ୍ୱର, ବରଗଡ଼, ଗଜପତି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ଯାଇଛି । ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୫୯କୁ ବୃଦ୍ଧି ପାଇଛି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.