fbpx

ବଡ଼ ଖବର: ରାଜ୍ୟର ୨୮ ଜିଲ୍ଲାରୁ ୧୬୪୩ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୮ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି୨୮ ଜିଲ୍ଲାରୁ ୧୬୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୦୧୮ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୬୨୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪୧୯୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଗଞ୍ଜାମ ଓ ଖୋର୍ଦ୍ଧାରୁ ୨୭୪, ରାୟଗଡ଼ାରୁ ୧୩୬, ସୁନ୍ଦରଗଡ଼ରୁ ୧୧୮, ସମ୍ବଲପୁରରୁ ୧୧୨, କଟକରୁ ୯୮, ପୁରୀରୁ ୯୨, ବାଲେଶ୍ୱରରୁ ୭୩,କନ୍ଧମାଳରୁ ୫୨, କୋରାପୁଟରୁ ୫୦, ବଲାଙ୍ଗୀରରୁ ୪୩, ନୟାଗଡ଼ରୁ ୪୦, ମୟୁରଭଞ୍ଜରୁ ୩୯, ଢ଼େଙ୍କାନାଳରୁ ୩୬, ଯାଜପୁରରୁ ୩୬, ଗଜପତିରୁ ୩୫, କଳାହାଣ୍ଡିରୁ ୩୦, ମାଲକାନଗିରିରୁ ୨୭, ଜଗତସିଂହପୁରରୁ ୨୧, ଅନୁଗୁଳରୁ ୧୬, କେନ୍ଦ୍ରାପଡ଼ାରୁ ୧୪, ବରଗଡ଼ରୁ ୭, ବୌଦ୍ଧରୁ ୭, ନବରଙ୍ଗପୁରରୁ ୫, କେନ୍ଦୁଝରରୁ ୩, ଭଦ୍ରକରୁ ୨, ଝାରସୁଗୁଡ଼ାରୁ ୨, ନୂଆପଡ଼ାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.