fbpx

ଅକ୍ସିଜେନ୍ ଅଡିଟ୍ ରିପୋର୍ଟକୁ ନେଇ ଦିଲ୍ଲୀ ସରକାରଙ୍କୁ ଘେରିଲେ ବିଜେପି, ସିସୋଦିୟା କହିଲେ, ‘ଏପରି କିଛି ରିପୋର୍ଟ ହିଁ ଆସିନି’

Advertisement

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହରରେ ଦିଲ୍ଲୀରେ ଦେଖାଦେଇଥିବା ଅକ୍ସିଜେନ୍ ସଙ୍କଟ ବିଷୟକୁ ଆଧାର କରି ସୁପ୍ରିମ୍ କୋର୍ଟର ଅଡିଟ୍ ପ୍ୟାନେଲ୍ ରିପୋର୍ଟକୁ ନେଇ ଆମ ଆଦମୀ ପାର୍ଟି ଏବଂ ବିଜେପି ମୁହାମୁହିଁ ହୋଇଛନ୍ତି । ଦିଲ୍ଲୀରେ ଚାରି ଗୁଣରୁ ଅଧିକ ଅକ୍ସିଜେନ୍ ମାଗିବା କଥା ସାମନାକୁ ଆସିବା ପରେ କ୍ରେଜିୱାଲ୍ ସରକାରଙ୍କୁ ବିଜେପି ଟାର୍ଗେଟ କରିଛି । ଏହି ସମୟରେ ଆପ୍ ପକ୍ଷରୁ କୁହାଯାଇଛି ଯେ, ସେହି ଭଳି କୌଣସି ରିପୋର୍ଟ ହିଁ ଆସିନି ।

ସୂଚନା ଅନୁସାରେ, ଅଡିଟ୍ ପ୍ୟାନେଲରେ ରିପୋର୍ଟରେ କୁହାଯାଇଛି ଯେ ଦିଲ୍ଳୀକୁ ପିକ୍ ସମୟରେ ୩୦୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଆବଶ୍ୟକ ଥିଲା ହେଲେ ଦିଲ୍ଳୀ ସରକାର ଏହାକୁ ବଢ଼ାଇ ୧୨୦୦ ମେଟ୍ରିକ୍ ଟନ୍ କରିଦେଇଥିଲେ । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଦିଲ୍ଳୀର ଏହି ଅତ୍ୟଧିକ ପରିମାଣର ଦାବି କାରଣରୁ ୧୨ଟି ଅନ୍ୟ ରାଜ୍ୟ ଅକ୍ସିଜେନ୍ ର ଘୋର ଅଭାବର ସାମନା କରିବାକୁ ପଡିଥିଲା । ଏହାକୁ ନେଇ ବିରୋଧୀ ଟାର୍ଗେଟ୍ କରି କହିଛନ୍ତି ଯେ, ଦ୍ୱିତୀୟ ଲହରରେ ଦିଲ୍ଲୀ ସରକାର ୪ ଗୁଣ ଅଧିକ ଅକ୍ସିଜେନ୍ ଦାବି କରିଥିଲେ । ଏହାକୁ ନେଇ ଏବେ ରାଜନୈତିକ ମାହୋଲ ସରଗରମ ହୋଇଯାଇଛି ।

ଅକ୍ସିଜେନ୍ କୁ ନେଇ ଦିଲ୍ଳୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା କହିଛନ୍ତି ଯେ, ତଥାକଥିତ ରିପୋର୍ଟରେ କୁହାଯାଇଛି ଯେ, ଦିଲ୍ଲୀରେ ଯେତେବେଳେ କରୋନା ସଂକ୍ରମଣ ପିକ୍ ରେ ରହିଥିଲା ସେତେବେଳେ ଅକ୍ସିଜେନ୍ ର ଅଭାବ ନଥିଲା ଓ ଅକ୍ସିଜେନ୍ ର ୪ ଗୁଣ କଥା ବଢ଼େଇ ଚଢ଼େଇ କୁହାଯାଉଛି । ଏଥିସହିତ ସେ ଆହୁରି ବି କହିଛନ୍ତି ଯେ, ଯେଉଁ ରିପୋର୍ଟକୁ ନେଇ କେଜ୍ରିୱାଲ୍ ସରକାରଙ୍କୁ ଟାର୍ଗେଟ କରାଯାଉଛି ସେହିଭଳି କିଛି ରିପୋର୍ଟ ହିଁ ନାହିଁ । ସେ କହିଛନ୍ତି ଯେ, ସୁପ୍ରିମକୋର୍ଟ ତରଫରୁ ଗଠିତ ହୋଇଥିବା ଅକ୍ସିଜେନ୍ ଅଡିଟ୍ କମିଟି କୌଣସି ବି ରିପୋର୍ଟକୁ ଏପର୍ଯ୍ୟନ୍ତ ମଞ୍ଜୁରୀ ଦେଇନାହାନ୍ତି । ତେଣୁ ବିଜେପି ପକ୍ଷରୁ ସେହି ରିପୋର୍ଟକୁ ସାମନାକୁ ଅଣାଯାଉ, ଯେଉଁ ରିପୋର୍ଟରେ ଅକ୍ସିଜେନ୍ କମିଟିର ସ୍ୱାକ୍ଷର ରହିଛି ବା ମଞ୍ଜୁରୀ ଦିଆଯାଇଛି ।

ତେବେ ଅକ୍ସିଜେନ୍ କୁ ନେଇ ପ୍ୟାନେଲ୍ ରିପୋର୍ଟ ଆସିବା ପରେ ବିଜେପି, ଦିଲ୍ଲୀ ସରକାରଙ୍କୁ ଟାର୍ଗେଟ କି ରାଜନୀତି ଆରମ୍ଭ କରିଦେଇଛନ୍ତି । ବିଜେପି ନେତା ସମ୍ବିତ୍ ପାତ୍ରା କହିଛନ୍ତି ଯେ, ଏହା ଦେଖିବା ଅବିଶ୍ୱସନୀୟ ଯେ, ଯେତେବେଳେ କରୋନା ସଂକ୍ରମଣ ପିକ୍ ରେ ରହିଥିଲା ସେତେବେଳେ କେଜ୍ରିୱାଲ ସରକାର ଅକ୍ସିଜେନ୍ ର ଅଭାବକୁ ନେଇ ରାଜନୀତିକରଣ କଲେ । ଏହା କେତେ ତୁଚ୍ଛ ରାଜନୀତି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.