fbpx
BJD SKY
BJD SKY

ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରୁ ନାମାଙ୍କନ ଭରିଲେ କଂଗ୍ରେସ ନେତା ପି. ଚିଦାମ୍ବରମ୍ ଓ ଜୟରାମ ରମେଶ

BJD

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସ ୧୦ ତାରିଖରେ ଦେଶର ୧୫ଟି ରାଜ୍ୟରେ ୫୭ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଜୁଲାଇ ଓ ଅଗଷ୍ଟ ମାସରେ ଯଥାକ୍ରମେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ତା’ ପୂର୍ବରୁ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ବେଶ୍ ଗୁରୁତ୍ୱ ବହନ କରୁଛି । ବିଶେଷ କରି କେନ୍ଦ୍ରରେ କ୍ଷମତାସୀନ ବିଜେପି ପାଇଁ ଏହି ରାଜ୍ୟସଭା ନିର୍ବାଚନ ବେଶ୍ ଗୁରୁତ୍ୱପୂର୍ଣ୍ଣ । କାରଣ ରାଜ୍ୟସଭା ନିର୍ବାଚନର ଫଳାଫଳ ଉଭୟ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନର ଅଙ୍କକୁ ବିଗାଡ଼ି ଦେବାର କ୍ଷମତା ରଖୁଛି ।

ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଗତକାଲି ୧୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ । ତେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ କର୍ଣ୍ଣାଟକରୁ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତାମିଲନାଡ଼ୁରେ କଂଗ୍ରେସ-ଡିଏମକେ ସହ ବୁଝାମଣା କରିଥିବା ଜଣାପଡ଼ିଛି । ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ମଧ୍ୟ କର୍ଣ୍ଣାଟକରୁ ନାମାଙ୍କନ ଭରିଛନ୍ତି । ତେବେ ଜୟରାମଙ୍କ ପ୍ରାର୍ଥୀତ୍ୱକୁ ନେଇ ଅନେକ ନେତା ଅସନ୍ତୁଷ୍ଟ ଥିବା ଜଣେ ବରିଷ୍ଠ ନେତା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟସଭାର ମୋଟ ସଦସ୍ୟ ସଂଖ୍ୟା ୨୫୦ ହୋଇଥିବା ବେଳେ ବେଳେ ଏହାର ସଦସ୍ୟମାନଙ୍କର କାର୍ଯ୍ୟକାଳ ୬ ବର୍ଷ ହୋଇଥାଏ । ପ୍ରତି ଦୁଇବର୍ଷରେ ରାଜ୍ୟସଭାର ଏକତୃତୀୟାଂଶ ସଦସ୍ୟ ଖାଲି ହୋଇଥାନ୍ତି । ଆସନ୍ତା ମାସରେ ଖାଲିଥିବା କିଛି ସିଟ୍ ପାଇଁ ୧୫ଟି ରାଜ୍ୟରେ ନିର୍ବାଚନ ହେବ । ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପାଖରେ ୧.୨ ପ୍ରତିଶତ ଭୋଟ କମ୍ ରହିଛି । ତେଣୁ ରାଜ୍ୟସଭା ନିର୍ବାଚନରେ ଯେତେ ଅଧିକ ସଂଖ୍ୟକ ସିଟରେ ବିଜେପି ଜିତି ପାରିବ, ତାହା ଦଳ ପାଇଁ ସେତିକି ଲାଭଦାୟକ ସାବ୍ୟସ୍ତ ହେବ ।

Get real time updates directly on you device, subscribe now.