fbpx

ନିଖୋଜ ଥିବା ଜିଲ୍ଲାପାଳଙ୍କ ପିଏଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି, ୨୮ା୧୨(ଓଡ଼ିଶା ଭାସ୍କର): ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ପିଏଙ୍କ ମୃତଦେହ ସତୀଗୁଡ଼ା ଡ୍ୟାମ ନିକଟରୁ ଉଦ୍ଧାର ହୋଇଛି । ଗତକାଲିଠୁ ଅଫିସକୁ ଆସିବା ପରେ ସେ ଆଉ ଘରକୁ ଫେରିନଥିଲେ । ଅଫିସରୁ ଘରକୁ ଫେରିନଥିବା ପରେ ନିଖୋଜ ଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଆଜି ସକାଳୁ ସତୀଗୁଡ଼ା ଡ୍ୟାମ ନିକଟରୁ ତାଙ୍କ ବାଇକ ଓ ହେଲମେଟ ମିଳିିଥିଲା । ଏନେଇ ମାଲକାନଗିରି ଥାନାରେ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିିବା ପରେ ବର୍ତ୍ତମାନ ତାଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.