fbpx
BSKY SKY
BSKY SKY

(Video)’ ମୁସଲମାନମାନଙ୍କୁ କିଛି ଦିଏ ନାହିଁ ବିଜେପି, କିନ୍ତୁ ଆପଣ ମୋତେ ଭୁଲ୍ ପ୍ରମାଣିତ କରିଛ’, ପ୍ରଧାନମନ୍ତ୍ରୀଙ୍କୁ ଏଭଳି କହି କୃତଜ୍ଞତା ଜଣାଇଲେ ପଦ୍ମଶ୍ରୀ ଅହମ୍ମଦ କାଦ୍ରି; ଦେଖନ୍ତୁ ଭିଡ଼ିଓ

BSKY

ନୂଆଦିଲ୍ଲୀ: ୭୪ତମ ଗଣତନ୍ତ୍ର ଦିବସ ଅବସରରେ ଗତ ଜାନୁଆରୀ ମାସ ୨୫ ତାରିଖରେ କେନ୍ଦ୍ର ସରକାର ପ୍ରତିଷ୍ଠିତ ପଦ୍ମ ପୁରସ୍କାର ଘୋଷଣା କରିଥିଲେ । ଚଳିତ ବର୍ଷ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ନିମନ୍ତେ ଚୟନ କରାଯାଇଥିଲା । ସେମାନଙ୍କ ମଧ୍ୟରେ ୬ ଜଣ ପଦ୍ମ ବିଭୂଷଣ, ୯ ଜଣ ପଦ୍ମ ଭୂଷଣ ଓ ୯୧ ଜଣ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ତେବି ଗତକାଲି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତ ବିଜେତାଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ।

ବୁଧବାର ପୁରସ୍କାର ପାଇବା ପରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶାହା ରସିଦ ଅହମ୍ମଦ କ୍ୱାଦ୍ରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ‘କଂଗ୍ରେସ ଶାସନ କାଳରେ ମୁଁ ଏହା (ପଦ୍ମଶ୍ରୀ) ପାଇ ନଥିଲେ । ମୁଁ ଭାବିଲି ବିଜେପି ସରକାର ମଧ୍ୟ ମୋତେ ଏହି ସମ୍ମାନ ଦେବେ ନାହିଁ। କାରଣ ବିଜେପି ସରକାର ମୁସଲମାନଙ୍କୁ କିଛି ଦିଅନ୍ତି ନାହିଁ । କିନ୍ତୁ ଏହି ସମ୍ମାନ ପାଇବା ପରେ ମୁଁ ନିଜକୁ ଭୁଲ ପ୍ରମାଣିତ ପାଇଲି ।

ଚଳିତ ବର୍ଷର ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ୧୦୬ ପଦ୍ମ ପୁରସ୍କାର ପ୍ରଦାନକୁ ଅନୁମୋଦନ କରିଥିଲେ। ୨୨ ମାର୍ଚ୍ଚରେ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥିଲା। ସେ ଆହୁରି କହିଛନ୍ତି, ‘ମୁଁ ଏହି ପୁରସ୍କାର ପାଇବା ପାଇଁ ଦଶ ବର୍ଷ ଚେଷ୍ଟା କଲି । ଯେତେବେଳେ ବିଜେପି ସରକାର ଆସିଲା, ମୁଁ ଭାବିଲି ମୁଁ ଏହି ପୁରସ୍କାର ପାଇବି ନାହିଁ କାରଣ ବିଜେପି କଦାପି ମୁସଲମାନମାନଙ୍କୁ କିଛି ଦେଇନାହିଁ, କିନ୍ତୁ ପିଏମ ମୋଦୀ ମୋତେ ଏହି ପୁରସ୍କାର ପାଇଁ ଚୟନ କରି ଭୁଲ ପ୍ରମାଣିତ କରିଛନ୍ତି । ତେବେ ରସିଦ ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହି କଥା କହିଥିବା ବେଳେ ବର୍ତ୍ତମାନ ତାଙ୍କର ଏହି ଭିଡ଼ିଓ ଖୁବ ଭାଇରଲ ହେବାର ଲାଗିଛି ।

Get real time updates directly on you device, subscribe now.