fbpx

ଗଞ୍ଜାମ ବସ୍ ଦୁର୍ଘଟଣା ପାଇଁ ଡ୍ରାଇଭର ଦାୟୀ: ମନ୍ତ୍ରୀ

ଭୁବନେଶ୍ୱର,୧୮ ।୨(ଓଡିଶା ଭାସ୍କର): ଗଞ୍ଜାମ ମେନ୍ଦ୍ରାଜପୁରରେ ବସ୍ ଦୁର୍ଘଟଣା ପ୍ରସଙ୍ଗରେ ଆଜି ଗୃହରେ ଉତ୍ତର ରଖିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବିଦ୍ୟୁତ୍ ତାର ଲାଗି ବସ୍ ଜଳିବା ଘଟଣାରେ ଡ୍ରାଇଭର ଦୋଷୀ ବୋଲି ମନ୍ତ୍ରୀ କହିଛନ୍ତି । ଏହା ସହ ସେ କହିଛନ୍ତି ଯେ, ଦୁର୍ଘଟଣା ପାଇଁ ଡ୍ରାଇଭର ହେଉଛି ମୁଖ୍ୟ ଦୋଷୀ । ବସଟି ଭୁଲ ରାସ୍ତାରେ ଯାଉଥିଲା । ଫଳରେ ଡ୍ରାଇଭରକୁ ଗିରଫ କରାଯାଇଛି । ବସର ପରିମିଟ୍ ରଦ୍ଦ କରାଯିବା ସହ ଚାଳକର ଡ୍ରାଇଭିଂ ଲାଇସେନ୍ସଚ ବାତିଲ କରାଯାଇଛି । ନିୟମ ଅନୁଯାୟୀ ଚାଲାଣ ମଧ୍ୟ କଟାଯାଇଛି ।’

ଏହା ସହ ମନ୍ତ୍ରୀ ଗୃହରେ କହିଛନ୍ତି ଯେ, ୧୧ କେଭିର ତାର ୨୦ ଫୁଟ ଉପରେ ରହିବା କଥା । ମାତ୍ର ତାରଟି ୧୨ ଫୁଟ ଉଚ୍ଚତାରେ ଯାଇଥିଲା । ଏନେଇ
ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି । ଆହତମାନଙ୍କୁ ମାଗଣା ଚିକିତ୍ସା ଓ ମୃତକଙ୍କ ପରିବାରକୁ ୨ ଲକ୍ଷ ଅନୁକମ୍ପାମୂଳକ ସହାୟତା ଯୋଗାଇ ଦିଆଯାଇଛି ।’

Get real time updates directly on you device, subscribe now.