fbpx

କୋର୍ଟରେ ହାଜର ହେବେ ଅନୁପ ସାଏ

ରାୟଗଡ,୧୮ ।୨(ଓଡିଶା ଭାସ୍କର): ଡବଲ ମର୍ଡର ମାମଲାର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏ ଆଜି ରାୟଗଡ ଜିଲ୍ଲା ଜଜ୍ କୋର୍ଟରେ ହାଜର ହେବେ । ଅନୁପ ସାଏଙ୍କ ସମେତ ଡ୍ରାଇଭର ବର୍ମନ ଟପ୍ପୋ ବି କୋର୍ଟରେ ହାଜର ହେବେ । ମା ଝିଅଙ୍କ ହତ୍ୟାକାଣ୍ଡ ମାମଲାରେ ଦୁହେଁ ଆଜି କୋର୍ଟରେ ହାଜର ହେବେ । ପୋଲିସର ରିମାଣ୍ଡ ଆବେଦନ ଉପରେ ଆଜି କୋର୍ଟରେ ଶୁଣାଣି ହେବ ।

ଅନ୍ୟପଟେ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା କରୁଛି ଛତିଶଗଡ ପୋଲିସ । ଅନୁପ ସାଏଙ୍କ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବାକୁ ଆସିଥିବା ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ, ୧୩ତାରିଖ ଦିନ ଡ଼ବଲ ମର୍ଡ଼ର ମାମଲାରେ ଅନୁପ ସାଏଙ୍କୁ ଗିରଫ କରିଥିଲା ଛତିଶଗଡ଼ ପୋଲିସ । ଅନୁପ ସାଏ କରିଥିବା ହତ୍ୟା ପଛର ରହସ୍ୟ ଖୋଲିଥିଲେ ଛତିଶଗଡ଼ ରାୟଗଡ଼ ଏସପି ସନ୍ତୋଷ ସିଂ । ଗତ ୧୩ତାରିଖ ଦିନ ଅନୁପ ସାଏଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରିବା ପରେ ସେ ମର୍ଡ଼ର କରିଥିବା ନେଇ ମାନିଥିଲେ ବୋଲି ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ମୃତ କଳ୍ପନାଙ୍କ ସମ୍ପର୍କୀୟ ଘରେ ମଧ୍ୟ ପୋଲିସ ଛାନଭିନ କରୁଥିବା ସୂଚନା ମିଳିଛି ।

Get real time updates directly on you device, subscribe now.