fbpx

ପଦ୍ମପୁର ଉପନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ୭୫.୮୯% ମତଦାନ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ଶେଷ ହୋଇଛି ଭୋଟିଂ। ସକାଳ ୭ଟାରୁ ଆରମ୍ଭ ହୋଥିବା ମତଦାନ ଅପରାହ୍ନ ୪ଟାରେ ଶେଷ ହୋଇଛି । ତେବେ ଯେଉଁ ଭୋଟରମାନେ ଅପରାହ୍ନ ୪ଟା ସୁଦ୍ଧା ବୁଥ୍‌ରେ ପହଞ୍ଚିଥିଲେ, ସେମାନେ ଏବେ ଭୋଟ୍ ଦେଉଛନ୍ତି । ପାଖାପାଖି ୭୯ ବୁଥ୍‌ରେ ଏବେ ମଧ୍ୟ ଭୋଟ୍ ଚାଲିଛି । ଯାହା ଜଣା ପଡୁଛି ଭୋଟ୍ ୬ଟା/ ସାଢ଼େ ୬ଟା ପର୍ଯ୍ୟନ୍ତ ଭୋଟ୍ ଚାଲିପାରେ ବୋଲି ନିର୍ବାଚନ କମିଶନ ସୂଚନା ଦେଇଚନ୍ତି ।

ତେବେ ଦିନ ୩ଟା ସୁଦ୍ଧା ୬୫.୨୮% ଭୋଟ୍ ଗ୍ରହଣ ହୋଇଥିବା ବେଳେ ୫ଟା ସୁଦ୍ଧା ୭୫.୮୯% ଭୋଟିଂ ହୋଇଥିବା ନିର୍ବାଚନ କମିଶନ ସୂଚନା ଦେଇଥିଲେ । ୨୦୧୯ରେ ୭୯.୦୫% ଭୋଟ୍ ଗ୍ରହଣ ହୋଇଥିଲା । ଚଳିତ ଥର ମଧ୍ୟ ଏହା ପାଖାପାଖି ମତଦାନ ହେବା ଆଶା କରାଯାଉଛି ବୋଲି ନିର୍ବାଚନ କମିଶନ କହିଛନ୍ତି । ପଦ୍ମପୁରରେ ମୋଟ୍ ୨ ଲକ୍ଷ ୬୯ ହଜାରରୁ ଅଧିକ ଭୋଟର୍ ରହିଛନ୍ତି । ତେବେ ଭୋଟ ସମ୍ପୁର୍ଣ୍ଣ ସରିବା ପରେ କେତେ ପ୍ରତିଶତ ଭୋଟିଂ ହୋଛି ତାହା ଜଣା ପଡିବ ବୋଲି କମିଶନର କହିଛନ୍ତି ।

Get real time updates directly on you device, subscribe now.