fbpx

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ

ଭୁବନେଶ୍ୱର, ୧୩ା୧ (ଓଡିଶା ଭାସ୍କର): ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କର ପରଲୋକ ଘଟିଛି । କିଛିଦିନ ହେଲା ସେ କଟକ ଏସସିବିରେ ଚିକିତ୍ସାଧୀନ ଥିଲେ । ତେବେ ବ୍ରେନ ଷ୍ଟ୍ରୋକ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

ଶ୍ରୀ ରାଓଙ୍କ ପରଲୋକ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ବିଗତ ଦୁଇ ଦଶନ୍ଧି ଧରି ଶ୍ରୀ ରାଓ ୫୦ରୁ ଅଧିକ ଗରିବ ବସ୍ତି ପିଲାଙ୍କୁ ଶିକ୍ଷା ଯୋଗାଇ ଆସୁଥିଲେ । କଟକର ଜଣେ ସାଧାରଣ ଚା ଦୋକାନୀ ଭାବରେ ସେ ଲୋକଲୋଚନକୁ ଆସିଥିଲେ । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଶେଶୀ ଲାଲଙ୍କ ସହ ବହୁ ବରିଷ୍ଠ ରାଜନେତା ଗଭୀର ସମବେଦନା ଜଣାଇଛନ୍ତି ।

Get real time updates directly on you device, subscribe now.