fbpx

ICUରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଥରେ ବିଗିଡ଼ିଛି । ତେଣୁ ତାଙ୍କୁ ଏସସିବିର ଆଇସିୟୁରେ ଭର୍ତ୍ତି କରାଯାଇଛି । ରକ୍ତହୀନତା, କିଡନୀ ସମସ୍ୟା ଓ ମୂତ୍ର ସଂକ୍ରମଣ ରୋଗରେ ପୀଡ଼ିତ ହୋଇ କମଳା ଏସସିବିର ମେଡିସିନ୍ ଆଇସିୟୁରେ ଭର୍ତ୍ତି ହୋଇଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି । କଟକ ମେୟର ସୁବାଷ ସିଂ ହସ୍ପିଟାଲ ଯାଇ କମଳାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି ।

କମଳାଙ୍କ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନିୟୋଜିତ ହୋଇଛନ୍ତି । ମେଡିସିନ, ନ୍ୟୁରୋଲୋଜି, ନେଫ୍ରୋଲୋଜି ବିଭାଗର ଅଭିଜ୍ଞ ଡାକ୍ତରମାନେ ତାଙ୍କର ଚିକିତ୍ସା କରୁଛନ୍ତି । ଏହା ପୂର୍ବରୁ ଗତ ଜାନୁଆରୀ ମାସରେ ମଧ୍ୟ କମଳାଙ୍କର ସ୍ୱାସ୍ଥ୍ୟରେ ଅବନତି ଘଟିଥିଲା । ତେଣୁ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ତାଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ପରେ ସେ ମେଡିକାଲରୁ ଡିସଚାର୍ଜ ହୋଇଥିଲେ ।

Get real time updates directly on you device, subscribe now.