fbpx

ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ରାତିସାରା ଗୁଳି ବିନିମୟ, ଅନେକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା

ନୂଆଦିଲ୍ଲୀ:ତାଲିବାନ କବଜାରେ ଥିବା ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଗତ ରାତିରେ ଗୁଳି ବିନିମୟ ଘଟିଛି। ଆଫଗାନିସ୍ତାନର ଖାମା ପ୍ରେସ ରିପୋର୍ଟ ଅନୁଯାୟୀ, ବୁଧବାର ସଂଧ୍ୟା ୭ଟାରୁ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଗୁଳି ବିନିମୟ ଘଟିଛି। ଏହି ଗୁଳିକାଣ୍ଡ ଖୋସ୍ତ ସୀମାର ଜାଜୀ ଫିଲ୍ଡ ଜେଲରେ କାଳ୍ପନିକ ଡୁରାଣ୍ଡ ଲାଇନରେ ଘଟିଛି। ଏହା ବ୍ୟତୀତ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଅନେକ ଅସ୍ତ୍ରଶସ୍ତ୍ର ମଧ୍ୟ ବ୍ୟବହାର ହୋଇଥିବା ଖବର ମିଳିଛି। ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନର ସୈନିକ ସୀମାବର୍ତ୍ତୀ ଅଞ୍ଚଳରେ ନୂଆ ଚେକପଏଣ୍ଟ ନିର୍ମାଣ କରୁଥିଲେ, ଯାହାକୁ କେନ୍ଦ୍ର କରି ଏହି ଯୁଦ୍ଧ ଘଟିଛି। ଦୁଇ ଦେଶ ମଧ୍ୟରେ ସୀମାର ବିବାଦ ବହୁ ସମୟ ଧରି ଚାଲିଥିଲା।

ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳର ସ୍ଥାନୀୟ ଲୋକେ କହିଛନ୍ତି ଯେ, ଏହି ଗୁଳିକାଣ୍ଡରେ ଅନେକ ଲୋକେ ମୃତ୍ୟୁ ବରଣ କରିଛନ୍ତି। ହେଲେ କେତେ ଜଣ ପ୍ରାଣ ହାରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ୨୦୨୧ରେ ଆଫଗାନିସ୍ତାନରେ ତାଲିବାନର ପ୍ରତ୍ୟାବର୍ତ୍ତନ ପରେ ପାକିସ୍ତାନ ଆଶା ରଖିଥିଲା ଯେ, ସୀମା ବିବାଦ ଶେଷ ହୋଇଯିବ; ହେଲେ ଏପରି ହେଲା ନାହିଁ।

Get real time updates directly on you device, subscribe now.