fbpx

ପାକିସ୍ତାନ-ଚୀନର ଭୟଙ୍କର ଷଡ଼ଯନ୍ତ୍ର! ଗୁପ୍ତ ଲ୍ୟାବରେ ପ୍ରସ୍ତୁତ ହେଉଛି ମାରାତ୍ମକ ଭାଇରସ୍

ନୂଆଦିଲ୍ଲୀ: ଚୀନର ଉହାନ ସହରର ଏକ ଲ୍ୟାବରୁ ପ୍ରଥମେ କରୋନା ଭାଇରସର ସୃଷ୍ଟି ହୋଇଥିଲା, ଏକଥା ସାରା ବିଶ୍ୱ ଜାଣିଛି । ପରବର୍ତ୍ତୀ ସମୟରେ ଏହି ଭାଇରସ ସାରା ବିଶ୍ୱକୁ ବ୍ୟାପି ଯାଇଥିଲା, ଯାହାର ପରିଣାମ ଆଜି ବି ମାନବ ଜାତି ଭୋଗୁଛି । ତେବେ ଏନେଇ ପୁଣି ଏକ ବଡ଼ ଅପଡେଟ୍ ଆସିଛି । ପାକିସ୍ତାନ ଓ ଚୀନ ମିଶି ପୁଣି ଥରେ ଲ୍ୟାବରେ କୋଭିଡର ଭୟଙ୍କର ଭାଇରସ ପ୍ରସ୍ତୁତ କରୁଛନ୍ତି । ଏନେଇ ବିଶ୍ୱସ୍ତରର କିଛି ମିଡ଼ିଆରେ ରିପୋର୍ଟ ପ୍ରକାଶ ପାଇଛି ।

ତେବେ ପାକିସ୍ତାନର ଏକ ଲ୍ୟାବରେ ଏହି ଭାଇରସ ପ୍ରସ୍ତୁତ କରାଯାଉଛି । କୋଭିଡ୍ ତୁଳନାରେ ଏହି ଭାଇରସ ଅଧିକ ଦୂଷିତ ବୋଲି କୁହାଯାଇଛି । ପାକିସ୍ତାନର ରାୱଲପିଣ୍ଡି ନିକଟରେ ଥିବା ଏକ ଗୁପ୍ତ ସ୍ଥାନରେ ଜୀବ ହତିଆର ବା ବାୟୋ ୱିପନସ ପ୍ରସ୍ତୁତ କରାଯାଉଛି । ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାୟରୋଲୋଜି ଓ ପାକ୍ ସେନା ଦ୍ୱାରା ପରିଚାଳିତ ପ୍ରତିରକ୍ଷା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସଂଗଠନ ଏ ଦିଗରେ କାର୍ଯ୍ୟ କରୁଛନ୍ତି ।

ପାକିସ୍ତାନ ଓ ଚୀନ ମିଳିତ ଭାବେ ଘାତକ ଜୀବାଣୁ ପ୍ରସ୍ତୁତ କରୁଛନ୍ତି । ସେଥିପାଇଁ ଅତ୍ୟଧିକ ଉନ୍ନତ ବୈଜ୍ଞାନିକ କୌଶଳର ଉପଯୋଗ କରାଯାଉଛି । ଉକ୍ତ ରିସର୍ଚ୍ଚ ସ୍ଥାନରେ କଡ଼ା ସୁରକ୍ଷା ବଳୟ ରହିଥିବା ବେଳେ ଏକପ୍ରକାରର ରହସ୍ୟ ଘେରରେ ରହିଥିବା ଜିଓ ପଲିଟିକ୍ସର ରିପୋର୍ଟରେ କୁହାଯାଇଛି । ଗତ ୨୦୨୦ରେ ଏନେଇ ଏକ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଥିଲା । ମାତ୍ର ତାହାକୁ ପାକିସ୍ତାନ ପକ୍ଷରୁ ଖଣ୍ଡନ କରାଯାଇଥିଲା । ତେବେ ଏଠାରେ କହିବାର କଥା ହେଲା, ଚୀନର ମନ୍ଦ ବୁଦ୍ଧି ଯୋଗୁଁ ସାରା ବିଶ୍ୱ ମରଣ ମୁହଁକୁ ଠେଲି ହୋଇଯାଇଥିଲା । ଏବେ ଏହି ଦୁଇ ଦେଶର ଭୟଙ୍କର ଷଡ଼ଯନ୍ତ୍ର କାରଣରୁ ସାରା ବିଶ୍ୱ ପୁଣି ଥରେ ଏକ ଭୟଙ୍କର ପରିସ୍ଥିତିକୁ ସାମ୍ନା କରିପାରେ ।

Get real time updates directly on you device, subscribe now.