fbpx
BSKY SKY
BSKY SKY

(video)କହୁ କହୁ ଭାରତକୁ ଶତ୍ରୁ ଦେଶ ବୋଲି କହିଦେଲେ ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ, ପାକିସ୍ତାନର କ୍ରିକେଟପ୍ରେମୀ ବି କଲେ ନିନ୍ଦା

BSKY

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମ୍ୟାନେଜମେଣ୍ଟ କମିଟି ଅଧ୍ୟକ୍ଷ ଜାକା ଅସରଫଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ ଭାରତକୁ ଶତ୍ରୁ ଦେଶ ବୋଲି କହୁଥିବାର ନଜର ଆସୁଛନ୍ତି । ତାଙ୍କର ଏହି ଭିଡିଓ ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ପାକିସ୍ତାନ କ୍ରିକେଟ ଟିମ୍ ଆଇସିସି କ୍ରିକେଟ୍ ୱାର୍ଲ୍ଡ କପ୍ ୨୦୨୩ ଖେଳିବା ଲାଗି ଭାରତ ଆସିଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଆଇସିସି କ୍ରିକେଟ୍ ୱାର୍ଲ୍ଡକପ୍ ୫ ଅକ୍ଟୋବରରେ ଆରମ୍ଭ ହେବାକୁ ଯାଉଛି । ଖେଳାଳୀଙ୍କ ଲାଗି ହୋଇଥିବା ନୂଆ ଚୁକ୍ତି ଉପରେ କହିବା ସମୟରେ ଅସରଫ ଭାରତକୁ ଶତ୍ରୁ ଦେଶ ବୋଲି କହିଛନ୍ତି ।

ଅସରଫ କହିଛନ୍ତି , ଆମେ ସ୍ନେହ ପ୍ରେମରେ ଆମ ଖେଳାଳୀଙ୍କୁ ଏତେବଡ ଦାୟିତ୍ୱ ଦେଇଛୁ । ପାକିସ୍ତାନ ଇତିହାସରେ ଏତେ ପଇସା କେବେ ମିଳି ନାହିଁ ଯେତେ ପଇସା ମୁଁ ସେମାନଙ୍କୁ ଦେଇଛି । କାରଣ ମୋର ଲକ୍ଷ୍ୟ ଥିଲା ଆମ ଖେଳାଳୀଙ୍କ ମନୋବଳ ବୃଦ୍ଧି କରିବା । ଯେତେବେଳେ ସେମାନେ ଶତ୍ରୁ ଦେଶକୁ କିମ୍ବା କେଉଁ ବି ଯାଗାକୁ ଖେଳିବାକୁ ଯାଉଛନ୍ତି ଯେଉଁଠାରେ ଏହି ପ୍ରତିଯୋଗିତା ହେଉଛି । ଅସରଫ ଏହା କହିବା ପରେ ଭିଡିଓଟି ଶେଷ ହୋଇଯାଉଛି ।

ଏବେ ଅସରଫଙ୍କ ଏହି ବୟାନକୁ ନେଇ ଭାରତ ଓ ପାକିସ୍ତାନ କ୍ରିକେଟ୍ ଫ୍ୟାନ୍ସଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚା ହେଉଛି । ତେବେ ଟୁର୍ଣ୍ଣାମେଣ୍ଟକୁ ଦୃଷ୍ଟିରେ ରଖି ହାଇଦ୍ରାବାଦରେ ପାକିସ୍ତାନୀ ଖେଳାଳୀଙ୍କୁ ବେଶ୍ ଭଲ ଭାବରେ ସ୍ୱାଗତ କରାଯାଇଛି । ବହୁ ପାକିସ୍ତାନୀ ସୋସିଆଲ ମିଡିଆ ୟୁଜର୍ସ ବି ଅସରଫଙ୍କ ଏହି ବୟାନକୁ ନିନ୍ଦା କରିଛନ୍ତି । ପାକିସ୍ତାନର କିଛି କ୍ରିକେଟପ୍ରେମୀ ଅସରଫଙ୍କୁ ତ ପାକିସ୍ତାନ କ୍ରିକେଟ ଟିମ୍‌ର ଅସଲ ଶତ୍ରୁ ବୋଲି କହିଛନ୍ତି । ଏହାକୁ ଭାରତ ଗମ୍ଭୀରତାର ସହ ନ ନେବାକୁ ସେମାନେ ନିବେଦନ କରିଛନ୍ତି ।

Get real time updates directly on you device, subscribe now.