fbpx

T-20 World Cup: ନ୍ୟୁଜିଲାଣ୍ଡକୁ ହରାଇ ଦୃଢ଼ ସ୍ଥିତିରେ ପାକିସ୍ତାନ, ଭାରତର ବଢ଼ିଲା ଟେନସନ୍

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ସୁପର-୧୨ ରାଉଣ୍ଡରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି ପାକିସ୍ତାନ । ଗତକାଲି ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପାକିସ୍ତାନ ଗ୍ରୁପରେ ଟପ୍ ପୋଜିସନକୁ ଲମ୍ଫ ପ୍ରଦାନ କରିଛି । ତେବେ ମ୍ୟାଚ ମଝିରେ ରୋମାଞ୍ଚକର ପରିସ୍ଥିତି ସୃଷ୍ଟି ହୋଇଥିଲେ ହେଁ, ଶେଷରେ ପାକିସ୍ତାନ ବାଜି ମାରି ନେଇଛି । ଏହା ପୂର୍ବରୁ ନିଜର ପଦାର୍ପଣ ମ୍ୟାଚରେ ପାକିସ୍ତାନ ଭାରତକୁ ୧୦ ୱିକେଟରେ ପରାସ୍ତ କରି ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିଥିଲା ।

ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୩୫ ରନର ଟାର୍ଗେଟ୍ ଦେଇଥିଲା । ମାତ୍ର ପାକିସ୍ତାନ ଏହି ଲକ୍ଷ୍ୟକୁ ୧୯ ଓଭରରେ ହାସଲ କରିନେଇଥିଲା । ଫଳରେ ପାକିସ୍ତାନର ସେମିଫାଇନାଲ ଖେଳିବା ଆଶା ଉଜ୍ଜୀବିତ ହୋଇଯାଇଛି । ତେବେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ୩୧ ତାରିଖରେ ହେବାକୁ ଥିବା ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ହେବ । ଟି-୨୦ ବିଶ୍ୱକପ ପୂର୍ବରୁ ପାକିସ୍ତାନରେ ସିରିଜ ଖେଳିବା ପାଇଁ ନ୍ୟୁଜିଲାଣ୍ଡ ଅଗ୍ରାହ୍ୟ କରିଦେବା ପରେ ଦୁଇ ଦେଶ ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଥିଲେ । ପାକିସ୍ତାନ ପକ୍ଷରୁ ହାରିସ ରଉଫ ୪ଟି ୱିକେଟ, ଶାହୀନ ଆଫରିଦୀ ଗୋଟିଏ ୱିକେଟ ନେଇଥିଲେ । ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ମହମ୍ମଦ ରିଜୱାନ ୩୩, ଶୋଏବ ମଲ୍ଲିକ ୨୬ ରନ ସଂଗ୍ରହ କରିଥିଲେ । ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟରେ ୧୩୪ ରନ ସଂଗ୍ରହ କରିଥିବା ବେଳେ ପାକିସ୍ତାନ ୧୮.୪ ଓଭରରେ ୫ ୱିକେଟ ହରାଇ ୧୩୫ ରନ ସଂଗ୍ରହ କରିନେଇଥିଲା ।

Get real time updates directly on you device, subscribe now.