fbpx

ଆଜି ରାଜ୍ୟ-କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ, କରୋନା ଟିକାକରଣ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ, ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ବୈଠକ ଡକାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଏହି ବୈଠକ ଅନୁଷ୍ଠତି ହେବ । ଦେଶରେ କୋଭିଡ ଟିକାକରଣ ସଂଖ୍ୟା ୧୦୦ କୋଟି ଡୋଜ୍‌ ଅତିକ୍ରମ କରିସାରିଥିବା ବେଳେ ବୈଠକରେ ମୁଖ୍ୟତଃ ଟିକାକରଣ ଉପରେ ଆଲୋଚନା ହେବ । ଯେଉଁମାନେ ଆଦୌ ଟିକା ନେଇନାହାନ୍ତି ସେମାନଙ୍କୁ ପ୍ରଥମ ଡୋଜ୍‌ ଟିକା ପ୍ରଦାନ କରିବା ଏବଂ ସମୟ ଗଡିଯାଇଥିଲେ ମଧ୍ୟ ଦ୍ୱିତୀୟ ଡୋଜ୍‌ ଟିକା ନେଇ ନଥିବା ବ୍ୟକ୍ତିମାନଙ୍କୁ କିଭଳି ଟିକାକରଣ କରାଯିବ ତାହା ଉପରେ ବିଚାର ବିମର୍ଶ ହେବ । ସେହିଭଳି ମିଶନ ମୋଡ୍‌ରେ ସମସ୍ତଙ୍କୁ କିଭଳି ଟିକାକରଣ କରାଯିବ ତାହା ଉପରେ ଫୋକସ୍‌ ରହିବ । ବୈଠକରେ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଜାଇକୋଭ-ଡି ଟିକାର ମୂଲ୍ୟକୁ ନେଇ ମଧ୍ୟ ଆଲୋଚନା ହେବ ।

 

Get real time updates directly on you device, subscribe now.