fbpx

ଛେଳି ମୁହଁରେ ସେଲୋ ଟେପ୍ ମାରି କରୁଥିଲା ଚୋରୀ, ଛେଳି ଚୋର ରାକେଟର ପର୍ଦ୍ଦାଫାସ କଲା ପୋଲିସ: ୯ ଗିରଫ, ୨ ବାଇକ୍ ଜବତ

ନିମାପଡା (ଭାସ୍କର ନ୍ୟୁଜ୍‌): ପୁରୀ ଜିଲ୍ଲା ଅଞ୍ଚଳରେ ଛେଳି ଚୋର ରାକେଟ ସକ୍ରିୟ ହୋଇ ଉଠିଛନ୍ତି । ବିଭିନ୍ନ ଗରୀବ ଲୋକମାନେ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଛେଳି ଚାଷ କରିଛନ୍ତି । ମାତ୍ର ଚୋରମାନେ ରାତ୍ରରେ ଗାଡି ଲଗାଇ ରାସାୟନିକ ସ୍ପ୍ରେ କରି ଓ ଛେଳି ମୁହଁରେ ସେଲୋ ଟେପ୍ ମାରି ଚୋରୀ କରିନେଉଛନ୍ତି । କମିଶନରେଟ ପୋଲିସ ଚାରିଛକ ଅଞ୍ଚଳରୁ ଦୁଇଜଣ ମାଂସ ଦୋକାନୀକୁ ଗିରଫ କରିଥିବା ବେଳେ କାକଟପୁର ଥାନା ଅଧିକାରୀ ସୁଶାନ୍ତ ସାହୁ ଛେଳିଚୋର ବାପପୁଅକୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ୩୦ରୁ ଉଦ୍ଧ୍ୱର୍ଛେଳି ଉଦ୍ଧାର କରିଛନ୍ତି ।

ଏପରି ଏକ ଘଟଣା ନିମାପଡା ବ୍ଲକ ବଳଙ୍ଗା ଥାନା ଅଞ୍ଚଳରେ ଘଟିଯାଇଛି । ଗୋଟିଏ ରାତିରେ ୨୪ ଛେଳି ଚୋରୀ ହୋଇଥିବା ବେଳେ ଥାନାରେ ପୃଥକ ଅଭିଯୋଗ ଆଧାରରେ ପୋଲିସ୍‍ ମାମଲା ରୁଜୁ କରି ୫ଜଣ ଛେଳିଚୋରକୁ ଗିରଫ କରିଛି । ସେମାନେ ହେଲେ ନିମାପଡା ଥାନା କୁମ୍ଭାର ପଡା ଗ୍ରାମର ତ୍ରୀନାତ ସେଠୀ (୨୧) ବଳଙ୍ଗା ଥାନା କାଳିଆପଦା ଗ୍ରାମର ପ୍ରମୋଦ ବେହେରା (୨୮) ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ବାରହଲ ଗ୍ରାମର ଅଞ୍ଜନ ଖାଁ (୪୧) । ଜସ୍ମିନ ଅଲ୍ଲୀ (୨୩) ସୋମଣା ପ୍ରଧାନ ପାଟଣା ସାହିର ଅବୁଦର ଶାହା (୩୫) ବୋଲି ବଳଙ୍ଗା ଥାନା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ପୋଲିସ ୯ଟି ଛେଳି ଉଦ୍ଧାର କରିଥିବା ବେଳେ ଦୁଇଟି ବାଇକ ଜବତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ଜାମିନ ନାମଂଜୁର ହେବାରେ ୫ଜଣ ଅଭିଯୁକ୍ତ ବିଚାର ବିଭାଗୀୟ ହାଜତକୁ ଯାଇଥିବା ଜଣାପଡିଛି ।

ବଳଙ୍ଗା ଅଞ୍ଚଳର ବିଭିନ୍ନ ଗ୍ରାମରେ ଏକ ହଜାରରୁ ଉଦ୍ଧ୍ୱର୍ ଛେଳି ଚୋରୀ ହୋଇଥିବା ବେଳେ ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଠେକୁ ଫେରାର ଥିବା କୁହାଯାଉଛି । ଏମାନେ ଛେଳି ଚୋରୀ କରି ବିଭିନ୍ନ ମାଂସ ଦୋକାନରେ ବିକ୍ରି କରିଆସୁଥିଲେ । ରେସିଙ୍ଗା ଗ୍ରାମର ମିନା ଭୋଇଙ୍କ ଘରୁ ପିକ ଅପ ଭ୍ୟାନ୍‌ ସାହାଯ୍ୟରେ ୨୦ଟି ଛେଳି ଏହିରି ଭାବେ ଛେଳି ଚୋରୀ ହେଉଥିବାରୁ ବଳଙ୍ଗା ଥାନା ଅଧିକାରୀ ରଶ୍ମିରଂଜନ ପୃଷ୍ଟି ଘଟଣାର ତଦନ୍ତ କରି ଚୋରକୁ ଧରିବାରେ ସକ୍ଷମ ହୋଇଛନ୍ତି । ଆଗକୁ ଆହୁରି ଚଢଉ କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.