fbpx

ପାକିସ୍ତାନ ଡିମାଣ୍ଡ କରିଥିଲା ରବୀନା ଟଣ୍ଡନଙ୍କୁ, ଭାରତ ଦେଇଥିଲା ଏପରି ଜବାବ

Advertisement

ଓଡିଶା ଭାସ୍କର : ୯୦ ଦଶକର ପପୁଲାର ଏବଂ ସୁନ୍ଦର ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ଏବେ ୪୯ ବର୍ଷର ହୋଇ ସାରିଛନ୍ତି । ଆଜି ମଧ୍ୟ ତାଙ୍କର ସୁନ୍ଦରତା ଲୋକମାନଙ୍କ ମନରେ ରହିଛି । ଆଜି ମଧ୍ୟ ତାଙ୍କର ଲକ୍ଷ ଲକ୍ଷ ପ୍ରସଂଶକ ଅଛନ୍ତି । ଟିପଟିପ ବର୍ଷା ପାନୀ ପରି ବୋଲ୍ଡ ଗୀତରେ ସେ ପ୍ରସିଦ୍ଧି ଲାଭ କରିଥିଲେ । ସେ ତାଙ୍କ ସମୟରେ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ ।

ଥରେ ପାକିସ୍ତାନୀ ସୈନ୍ୟ ଭାରତୀୟ ସୈନଙ୍କ ଶବ ବଦଳରେ ରବୀନଙ୍କୁ ଦାବି କରିଥିଲେ । ୧୯୯୯ରେ ହୋଇଥିବା କାରଗିଲ ଯୁଦ୍ଧରେ ଏହି ଘଟଣା ଘଟିଥିଲା । ଏହି ଯୁଦ୍ଧରେ ଅନେକ ଭାରତୀୟ ସେନା ମୃତ୍ୟୁ ମୁଖରେ ପଡିଥିଲେ । ଏହା ପରେ ଭାରତ ତାର ସୈନ୍ୟ ମାନଙ୍କ ଶବ ମାଗିଥିଲା । କିନ୍ତୁ ଶବ ବଦଳରେ ସେ ରବୀନା ଓ ମାଧୁରିଙ୍କୁ ଦେବାକୁ ଦାବି କରିଥିଲେ । ତେବେ ଏଥିରୁ ଆଣ ଜାଣି ପାରୁଥିବେ ରବୀନାଙ୍କ କ୍ରେଜ କେବଳ ଭାରତ ନୁହେଁ ପାକିସ୍ତାନରେ ମଧ୍ୟ ଦେଖିବାକୁ ମିଳିଥିଲା ।

କେବଳ ପାକିସ୍ତାନ ସେନା ନୁହଁନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ମଧ୍ୟ ରବୀନାଙ୍କ ପ୍ରେମରେ ପାଗଳ ଥିଲେ । ଯାହା ଫଳରେ ଭାରତୀୟ ସେନା ଏହାର ଫାଇଦା ଉଠାଇଥିଲା । ଭାରତୀୟ ବାୟୁସେନା କାରଗିଲ ଯୁଦ୍ଧ ସମୟରେ ଭାରତ ପାକିସ୍ତାନକୁ ଏକ କ୍ଷପଣାସ୍ତ୍ର ନିକ୍ଷେପ କରିଥିଲା ଏଥିରେ ଲେଖା ହୋଇଥିଲା ରବୀନା ଟଣ୍ଡନଙ୍କ ତରଫରୁ ନୱାଜ ସରିଫଙ୍କ ପାଇଁ । ଏହି କ୍ଷପଣାସ୍ତ୍ରରେ ଉଭୟଙ୍କ ନାମ ସହିତ ଏକ ପାନଚିତ୍ର ଅଙ୍କାଯାଇ ତୀର ମଧ୍ୟ କରାଯାଇଥିଲା । ଭାରତୀୟ ସେନାର ଏପରି କାର୍ଯ୍ୟ ଆଜି ମଧ୍ୟ ଲୋକମାନେ ମନେ ରଖିଛନ୍ତି ।

ରବୀନା ଟଣ୍ଡନ ୧୯୯୨ରେ ଫିଲ୍ମ “ପଥର କେ ଫୁଲ’ରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏଥିରେ ତାଙ୍କ ସହ ଅଭିନୟ କରିଥିଲେ ସଲମାନ ଖାନ । ସେ ତାଙ୍କର ପ୍ରଥମ ଚଳଚିତ୍ରରୁ ଲୋକମାନଙ୍କ ହୃଦୟରେ ରାଜ କରିଥିଲେ । ଏହା ପରେ ୧୯୯୪ ମସିହାରେ ଫିଲ୍ମ “ମୋହରା’ରେ ସେ ଅକ୍ଷୟକୁମାରଙ୍କ ସହ ଅଭିନୟ କରିଥିଲେ । ଏହି ଫିଲ୍ମର ଟିପଟିପ ବର୍ଷା ପାନୀ ଗୀତ ଏବେ ମଧ୍ୟ ଲୋକମାନଙ୍କ ମନରେ ରହିଛି । ଏହି ଗୀତରେ ଉଭୟଙ୍କ ଷ୍ଟାଇଲକୁ ଲୋକମାନେ ପସନ୍ଦ କରିଥିଲେ । ଏହା ପରେ ରବୀନ ଏବଂ ଅକ୍ଷୟ କୁମାରଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । କିନ୍ତୁ ପରେ ସେମାନେ ଅଲଗା ହୋଇଯାଇଥିଲେ । ଏହା ପରେ ରବୀନା ତାଙ୍କ କ୍ୟାରୀୟର ଉପରେ ଧ୍ୟାନ ଦେଇଥିଲେ । ଏହା ପରେ ସେ ଦିଲୱାଲେ, ଅନନ୍ଦାଜ ଆପନା ଆପନା, ଏବଂ ଦୁଲହେ କା ରାଜ ଭଳି ଫିଲ୍ମରେ ଅଭିନୟ କରିଥିଲେ । ସେ ଅନେକ ବଡ କଳାକାରଙ୍କ ସହିତ କାମ ମଧ୍ୟ କରିଛନ୍ତି ।
ରବୀନାଙ୍କ ପିତା ଜଣେ ନିର୍ଦ୍ଦେଶକ ଥିଲେ । ରବୀନା ୧୭ ବର୍ଷ ବୟସରେ ଫିଲ୍ମରେ ଡେବ୍ୟୁ କରିଥିଲେ । ୧୯୯୫ରେ ତାଙ୍କର ଫିଲ୍ମ ଭଲ ଚାଲି ନଥିଲା, ଏହା ପରେ ବକ୍ସ ଅଫିସରେ ଏକ ସଫଳ ଅଭିନେତ୍ରୀ ହୋଇଥିଲେ । ଏବେ ସେ କମ ଫିଲ୍ମରେ କାମ କରୁଛନ୍ତି । ତାଙ୍କୁ ଶେଷ ଥର ଫିଲ୍ମ “କେଜିଏଫ-୨’ରେ ଦେଖିବାକୁ ମିଳିଥିଲା । ଏହା ଛଡା ସେ ୱେବ ସିରିଜ “ଆରାନିଆଜ’ରେ ତାଙ୍କର ଅଭିନୟ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.