fbpx

ହଠାତ ବଢିଛି ପିଆଜ ଦର, ଆଗାମୀ ଦିନରେ ଏହା ବଢିବ ନା କମିବ

Advertisement

ନୂଆଦିଲ୍ଲୀ : ନବରାତ୍ରୀ ପରେ ବଢିବାରେ ଲାଗିଛି ପିଆଜ ଦର । ଏବେ ବଜାରରେ ପିଆଜ ଦର ବଢିଥିବା ଦେଖିବାକୁ ମିଳିଛି । ତେବେ ୧୪ ଟଙ୍କା ପ୍ରତି କିଲୋ ବଢିଥିବା ଦେଖିବାକୁ ମିଳିଛି । ଏହା ପରେ ବୁଧବାର ଦିନ ହଠାତ ଏହା ୫୫ ରୁ ୬୦ ଟଙ୍କା ପ୍ରତି କିଲୋ ବଢିଥିବା ଦେଖିବାକୁ ମିଳିଲା । ଏହା ଛଡା ଆଜାଦପୁରରେ ପିଆଜ ଦର ୩୫ରୁ ୪୦ ଟଙ୍କା ବଢି ଥିବା ଦେଖିବାକୁ ମିଳିଥିଲା ।

ମହାରାଷ୍ଟ୍ରରେ ଖରିଫ ଫସଲ ଭଲ ହୋଇ ନାହିଁ କାରଣ ଏଠାରେ ବର୍ଷା କମ ହୋଇଛି । ଅନ୍ୟ ପକ୍ଷରେ ଏରୋ ଏସିଆର ସବୁଠାରୁ ବଡ ପିଆଜ ଗୋଦାମ ମହାରାଷ୍ଟ୍ର ଲାସଲଗାଁରେ ପିଆଜର ମୂଲ୍ୟ ବଢିଛି । ଏଠାରେ ୧୫ ଦିନ ପୂର୍ବରୁ ୨,୩୫୦ ଟଙ୍କା ପ୍ରତି କ୍ୱିଇଣ୍ଟାଲ ଥିଲା । ଏହା ବୁଧବାର ବଢି ୩,୮୦୦ ଟଙ୍କାରେ ପହଞ୍ଚଥିଲା । ତେଲେ ସରକାର ପିଆଜ ଦର କମାଇବା ପାଇଁ ଅଗଷ୍ଟରେ ସରକାର ଏହାର ମୂଲ୍ୟରେ ୪୦ ଶୁକ୍ଳ ଲଗାଇଥିଲେ । ମହାରାଷ୍ଟ୍ର ମଧ୍ୟପ୍ରଦୋ ପରି ବଡ ରାଷ୍ଟ୍ରରେ ନବରାତ୍ର ପୂର୍ବରୁ ଯେଉଁ ପରିମାଣର ପିଆଜ ଆସୁଥିବା ଏବେ ଏହାର ପରିମାଣ କମିଯାଇଛି । ବ୍ୟବସାୟୀମାନଙ୍କ କହିବା ଅନୁସାରେ ମୁମ୍ବାଇ, ଚେନାଇ ପରି ବଡ ସହରରେ ପିଆଜ ଅଧିକ ଆବଶ୍ୟକ ପଡୁଛି ତେଣୁ ଏହାର ପ୍ରଭାବ ପିଆଜର ମୂଲ୍ୟ ଉପରେ ପଡୁଛି ।

ତେବେ ନବରାତ୍ରୀ ଶେଷ ହେବା ପରେ ପିଆଜର ଆବଶ୍ୟକତା ଅଧିକ ପଡିଛି ଯାହା ଫଳରେ ଏହାର ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଦେଶରେ ପିଆଜର ଆବଶ୍ୟକତା ଅଧିକ ଥିବାରୁ ଏହାର ମୂଲ୍ୟ ବୃଦ୍ଧି ପାଇଛି ।
ଦିଲ୍ଲୀ ଏବଂ ଆଜାଦପୁରରେ ଗୋଦାମରେ ୧୨୦୦ରୁ ୧୫୦୦ ଟନ ପିଆଜ ଆବଶ୍ୟକ ପଡିଥାଏ । ଯାହା ଏବେ ୧୧ ଶହ ଟନ ହୋଇଛି । ଆଜାଦପୁର ଦିଲ୍ଲୀର ଅଧିକାଂଶ ସ୍ଥାନରେ ପିଆଜ ଆପୁର୍ତ୍ତିକୁ ପୂରଣ କରିଥାଏ । ଯାହା ଦ୍ୱାରା ଏହାର ମୂଲ୍ୟ ଉପରେ ପ୍ରଭାବ ପଡୁଛି । ୨୨ ଅକ୍ଟୋବରରେ ୨୮ରୁ ୩୨ ଟଙ୍କ ଥିଲା ପିଆଜ ଦର । ଏହା ପରେ ବୃଦ୍ଧି ପାଇ ୩୫ରୁ ୪୦ ଟଙ୍କା ହୋଇଛି ।

Get real time updates directly on you device, subscribe now.