ପହଲଗାମ୍ ଆତଙ୍କୀ ଆକ୍ରମଣ ଘଟଣା, ନିଜକୁ ବଞ୍ଚାଇବାକୁ ପାକିସ୍ତାନର ବୃଥା ପ୍ରୟାସ

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନ ନିଜର ପରିଚୟ ରକ୍ଷା କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରୁଛି।

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ପହଲଗାମରେ ଆକ୍ରମଣ ଘଟଣାକୁ ଜୋରଦାର ଅପରେସନ କରାଯାଉଥିବା ବେଳେ ଛନକା ପଶିଛି ପାକିସ୍ତାନ ଛାତିରେ। ଭୟରେ ବିଳିବିଳେଇ ଯାଉଛି ପାକିସ୍ତାନ। ଭାରତର ପରବର୍ତ୍ତୀ ପଦକ୍ଷେପ କଥା ଭାବି ଉଡ଼ିଯାଇଛି ପାକିସ୍ତାନର ନିଦ। ଭାରତର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନକୁ ଭୟ କରୁଛି ପାକିସ୍ତାନ।

ଏହି ସମୟରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ପ୍ରଥମ ଥର ପାଇଁ ଏହି ଆକ୍ରମଣ ଉପରେ ପ୍ରତିକ୍ରିୟା ରଖିଛନ୍ତି। ତାହା ଏପରି କି ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନ ନିଜର ପରିଚୟ ରକ୍ଷା କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରୁଛି।

ଏକ ବିବୃତ୍ତିରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ କହିଛନ୍ତି, ପହଲଗାମ ଆତଙ୍କବାଦୀ ଆକ୍ରମଣ ସହିତ ପାକିସ୍ତାନର କୌଣସି ସମ୍ପର୍କ ନାହିଁ।

ଏପରି ମନ୍ତବ୍ୟ ଦେଇ ଦୋଷକୁ ଲୁଚାଇବାକୁ ପାକ୍ ମନ୍ତ୍ରୀ ଚେଷ୍ଟା କରୁଛନ୍ତି। ଏକ ଟିଭି ଚ୍ୟାନେଲ ସହିତ କଥାବାର୍ତ୍ତା ସମୟରେ, ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଏକ ଭିନ୍ନ କାହାଣୀ ରଚନା କରିଛନ୍ତି।

ସେ ଭାରତର ଅନେକ ରାଜ୍ୟର ନାମ ନେଇ ଏହି ଆକ୍ରମଣକୁ ଏକ ଘରୋଇ ସମସ୍ୟା ଭାବରେ ଚିତ୍ରଣ କରିବାକୁ ଚେଷ୍ଟା କରିଥିଲେ। ତଥାପି, ବିଶ୍ୱ ପାକିସ୍ତାନର ଏହି କାର୍ଯ୍ୟକୁ ବୁଝିସାରିଛି। ଏହା କିଛି ନୂଆ ନୁହେଁ।

ପାକ୍ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଏହି ଆକ୍ରମଣ ସହିତ ପାକିସ୍ତାନର କୌଣସି ସମ୍ପର୍କ ନାହିଁ। ଏଗୁଡ଼ିକ ସବୁ ଘରୋଇ ହିଂସା। ଏହା ଭାରତର କିଛି ରାଜ୍ୟଗୁଡ଼ିକ ମଧ୍ୟରୁ ଘଟିଛି।

ଖ୍ୱାଜା ଆସିଫ ଆହୁରି କହିଛନ୍ତି, ‘ଭାରତର କିଛି ରାଜ୍ୟଗୁଡ଼ିକରେ ବିଦ୍ରୋହ ଘଟୁଛି। ଗୋଟିଏ ନୁହେଁ, ଦୁଇଟି ନୁହେଁ, ବରଂ ଡଜନ ଡଜନ…ନାଗାଲାଣ୍ଡରୁ କାଶ୍ମୀର ପର୍ଯ୍ୟନ୍ତ। ମଣିପୁର, ଦକ୍ଷିଣ ଛତିଶଗଡ… ଦିଲ୍ଲୀ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ ଘଟୁଛି। ଯାହା ପାଇଁ ଏଭଳି ଘଟିଛି।

ସେ ଏହା ମଧ୍ୟ କହିଛନ୍ତି, “ଆମେ କୌଣସି ପ୍ରକାରର ଆତଙ୍କବାଦକୁ ସମର୍ଥନ କରୁନାହୁଁ, ଏବଂ ସ୍ଥାନୀୟ ଲୋକମାନେ ଆତଙ୍କବାଦୀଙ୍କ ଟାର୍ଗେଟ ହେବା ଉଚିତ୍ ନୁହେଁ, ଏବଂ ଆମର ଏଥିରେ କୌଣସି ସନ୍ଦେହ ନାହିଁ। ତଥାପି, ଯଦି ସ୍ଥାନୀୟ ଶକ୍ତି ଭାରତ ସରକାରଙ୍କୁ ଟାର୍ଗେଟ କରୁଛନ୍ତି, ତେବେ ପାକିସ୍ତାନକୁ ଟାର୍ଗେଟ କରିବା ସହଜ ହୋଇଯାଏ।”