fbpx

ପାକ୍ ବୈଦେଶିକ ମନ୍ତ୍ରୀ କ୍ୟୁରେସୀଙ୍କୁ କରୋନା

ବିଶ୍ୱରେ କରୋନା ମହାମାରୀ ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ମଧ୍ୟରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀ ମଧ୍ୟ କରୋନା ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି । ନିଜେ ଟ୍ୱୀଟ୍ କରି ଏନେଇ ସୂଚନା ଦେଇଛନ୍ତି ଶାହ ମହମୁଦ କ୍ୟୁରେସୀ ।

ତେବେ ବର୍ତ୍ତମାନ ସୁଦ୍ଧା ପାକିସ୍ତାନରେ ୨ ଲକ୍ଷରୁ ଅଧିକ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୧୪ ହଜାର ଜଣ ସୁସ୍ଥ ହୋଇଥିବା ବେଳେ ୪, ୫୫୧ ଜଣଙ୍କର ମୃତ୍ୟୁ ହୋଇସାରିଛି ।

Get real time updates directly on you device, subscribe now.