fbpx

ଇମରାନ୍ ଖାନ୍‌ଙ୍କ ସ୍ଥାନ ନେଲେ ପାକିସ୍ତାନର ଏହି ବାରିଷ୍ଟର, ପିଟିଆଇ ଅଧ୍ୟକ୍ଷ ଭାବରେ ନିର୍ବାଚିତ

AAKASH

ଇସଲାମବାଦ:ପାକିସ୍ତାନରେ ବଡ ଧରଣର ରାଜନୈତକ ପରିବର୍ତ୍ତନ ହୋଇଛି । ଜେଲ୍‌ରେ ବନ୍ଦ ଇମରାନ୍ ଖାନ୍‌ଙ୍କ ସ୍ଥାନରେ ବାରିଷ୍ଟର ଗୌହର ଅଲ୍ଲୀ ଖାନ୍‌ଙ୍କୁ ପାକିସ୍ତାନ ତହରିକ୍ ଏ ଇନସାଫ (PTI)ର ନୂଆ ଅଧ୍ୟକ୍ଷ ଭାବରେ ଚୟନ କରାଯାଇଛି । ପାକିସ୍ତାନର ଏଆର୍‌ୱାଇ ନ୍ୟୁଜ୍ ରିପୋର୍ଟ ଅନୁସାରେ ନିର୍ବିବାଦୀୟ ଭାବରେ ସେ ଏହି ପଦ ଲାଗି ନିର୍ବାଚିତ ହୋଇଛନ୍ତି ।

ପିଟିଆଇର ମୁଖ୍ୟ ନିର୍ବାଚନ କମିଶନର ନିୟାଜୁଲ୍ଲାହ ନିୟାଜୀ ନିର୍ବାଚନ ଫଳାଫଳ ଘୋଷଣା କରି କହିଛନ୍ତି ଆଜି ନିର୍ବାଚନ ପରେ ବାରିଷ୍ଟର ଗୋହରଙ୍କୁ ନିର୍ବିବାଦୀୟ ଭାବରେ ଅଧ୍ୟକ୍ଷ ଭାବରେ ଚୟନ କରାଯାଇଛି । । ସେହିପରି ଉମର ଅୟୁବ ଖାନ୍ ପିଟିଆଇର କେନ୍ଦ୍ରୀୟ ମହାସଚିବ ଭାବରେ ମନୋନୀତ ହୋଇଛନ୍ତି ।

ପାକିସ୍ତାନ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ଏହିସବୁ ଘଟଣା ହୋଇଛି । ପେଶାୱାରର ରାନୋ ଗଢି ନିକଟସ୍ଥ ମୋଟରୱେ ଟୋଲ୍ ପ୍ଲାଜାରେ କେନ୍ଦ୍ରୀୟ ମତଦାନ କେନ୍ଦ୍ର କରାଯାଇ ମତ ଗ୍ରହଣ ହୋଇଥିଲା । ମତଦାନ ଲାଗି ପଞ୍ଜୀକୃତ ମତଦାତାଙ୍କ ସଂଖ୍ୟା ୨ କୋଟିରୁ ଅଧିକ ଥିଲା । ଏଠାରେ ଏକ ଅନଲାଇନ୍ ଆପ୍ ଓ ମତପତ୍ର ମାଧ୍ୟମରେ ଭୋଟ ଦିଆଯାଇଥାଏ ।

Get real time updates directly on you device, subscribe now.