fbpx
BSKY SKY
BSKY SKY

୧୨ ଦିନ ପରେ ଖୋଲିଲା ବଡ଼ ରହସ୍ୟ: BCCIକୁ ମିଳିଲା ପ୍ରମାଣ, କାହିଁକି ବିଶ୍ୱକପ ଫାଇନାଲରେ ଟିମ୍ ଇଣ୍ଡିଆ ହାରିଥିଲା ଜାଣନ୍ତୁ

BSKY

ନୂଆଦିଲ୍ଲୀ: ଗତ ନଭେମ୍ବର ମାସ ୧୯ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଲକ୍ଷାଧିକ ଦର୍ଶକ ନିରାଶ ହୋଇଥିଲେ । କ୍ଷଣିକ ମଧ୍ୟରେ ସମସ୍ତ ଦର୍ଶକ ଏକପ୍ରକାର ନିରବି ଯାଇଥିଲେ । ବିଶ୍ୱକପରେ କ୍ରମାଗତ ୧୦ଟି ମ୍ୟାଚରେ ବିଜୟ ହାସଲ କରିବା ପରେ ଭାରତ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହେବା ଘଟଣାକୁ ବିଶ୍ୱର କୌଣସି କ୍ରୀଡ଼ାବିତ ସହଜରେ ଗ୍ରହଣ କରିପାରିନଥିଲେ ।

ତେବେ ଏହି ପରାଜୟର ପ୍ରକୃତ କାରଣ ଆଜି ପର୍ଯ୍ୟନ୍ତ କେହି ପାଇ ପାରୁନାହାନ୍ତି । ଟିମ୍ ଇଣ୍ଡିଆର ସମସ୍ତ ବ୍ୟାଟ୍ସମ୍ୟାନ ଓ ବୋଲର ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ ହେଁ ଦଳ ଫାଇନାଲରେ କିନ୍ତୁ ହାରିଯାଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୨୪୦ ରନ ସଂଗ୍ରହ କରିଥିବା ବେଳେ ସେମିରୁ ବାଦ ପଡ଼ୁପଡ଼ୁ ବଞ୍ଚିଯାଇଥିବା ଅଷ୍ଟ୍ରେଲିଆ ଫାଇନାଲରେ ବାଜି ମାରିନେଇଥିଲା । ଆଜି ପର୍ଯ୍ୟନ୍ତ ବି ୧୪୦ କୋଟି ଭାରତୀୟ ଫାଇନାଲ ପରାଜୟର କାରଣ ଖୋଜୁଛନ୍ତି ।

ତେବେ ଏହା ମଧ୍ୟରେ ୧୨ ଦିନ ପରେ ଭାରତ ଟି-୨୦ ସିରିଜରେ କଙ୍ଗାରୁକୁ ଧରାଶାୟୀ କରିବା ସହିତ ବିଶ୍ୱକପ ପରାଜୟର ମଧୁର ପ୍ରତିଶୋଧ ନେଇଛି । ନିକଟରେ ବିଶ୍ୱକପର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସେଠାରେ ଅଧିନାୟକ ରୋହିତ ଶର୍ମା, କୋଚ ରାହୁଲ ଦ୍ରାବିଡ଼ ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଦ୍ରାବିଡ଼ ପରାଜୟର କାରଣ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ, ଫାଇନାଲରେ ବଲ୍ ଯେଉଁ ପ୍ରକାରର ଟର୍ଣ୍ଣ ହେବାର ଆଶା କରାଯାଉଥିଲା, ପିଚରୁ ସେପରି ସହାୟତା ମିଳିନଥିଲା । ଯଦି ପିଚରୁ ସହାୟତା ମିଳିଥାନ୍ତା ତେବେ ସ୍ପିନର୍ସ କମାଲ କରିପାରିଥାନ୍ତେ ଓ ଟିମ୍ ଇଣ୍ଡିଆ ବିଜୟ ହାସଲ କରିପାରିଥାନ୍ତା । ଫାଇନାଲ ମ୍ୟାଚ ପରି ବଡ଼ ବଡ଼ ଇଭେଣ୍ଟରେ ନୂଆ ପିଚରେ ଖେଳାଯାଇଥାଏ । ମାତ୍ର ଫାଇନାଲ ମ୍ୟାଚ ପୁରୁଣା ପିଚରେ ଖେଳାଯାଇଥିଲା, ଯାହାକି ଭାରତକୁ ମହଙ୍ଗା ପଡ଼ିଥିଲା ।

Get real time updates directly on you device, subscribe now.