fbpx
BSKY
BJD YOUTH SKY
BJD MS SKY

ବିଶ୍ୱର ପ୍ରଥମ କୃତିତ୍ୱ: ଗ୍ରାଣ୍ଡ ମାଷ୍ଟର ଟାଇଟଲ ଜିତି ଇତିହାସ ରଚିଲେ ଭାରତୀୟ ଭାଇ-ଭଉଣୀ

ନୂଆଦିଲ୍ଲୀ: ବିଶ୍ୱରେ ବିଭିନ୍ନ ପ୍ରକାରର କ୍ରୀଡ଼ାରେ ଅନେକ ଭାରତୀୟ କ୍ରୀଡ଼ବିତ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିଛନ୍ତି । ବିଭିନ୍ନ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାରତୀୟ କ୍ରୀଡ଼ାବିତମାନେ ଉଚ୍ଚକୋଟୀର ପ୍ରଦର୍ଶନ କରି ଭାରତର ଗୌରବକୁ ବହୁଗୁଣିତ କରିଛନ୍ତି । ତେବେ ଏହା ମଧ୍ୟରେ ଦୁଇଜଣ ଭାରତୀୟଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ଦୁଇଜଣ କ୍ରୀଡ଼ାବିତ ଏକ ବିରଳ ସଫଳତା ହାସଲ କରିଛନ୍ତି ।

ଚେସ କ୍ରୀଡ଼ା ଇତିହାସରେ ନୂଆ ଇତିହାସ ସୃଷ୍ଟି କରିଛନ୍ତି ଭାରତର ଦୁଇ ଭାଇ-ଭଉଣୀ ରମେଶବାବୁ ପ୍ରଜ୍ଞାନାନନ୍ଦା ଓ ବୈଶାଲୀ ରମେଶବାବୁ । ବିଶ୍ୱର ଚେସ ଇତିହାସରେ ପ୍ରଥମ ଥର ଭାଇ ଓ ଭଉଣୀ ଗ୍ରାଣ୍ଡ ମାଷ୍ଟର ଟାଇଟଲ ଜିତିଛନ୍ତି । ବୈଶାଲୀ ଭାରତର ତୃତୀୟ ମହିଳା ଭାବେ ଚେସ ଗ୍ରାଣ୍ଡ ମାଷ୍ଟର ଟାଇଟଲ ଜିତିଛନ୍ତି । ୨୨ ବର୍ଷୀୟା ବୈଶାଲୀ ସ୍ପେନରେ ଆଇଭି ଇଏଲ ଲୋବ୍ରେଗଟ ଓପରେ ଗ୍ରାଣ୍ଡ ମାଷ୍ଟର ଟାଇଟଲ ହାସଲ କରିବା ଅବସରରେ ୨୫୦୦ ରେଟିଙ୍ଗସ ପଏଣ୍ଟକୁ ଅତିକ୍ରମ କରିଯାଇଛନ୍ତି ।

ବୈଶାଲୀ ଦ୍ୱିତୀୟ ରାଉଣ୍ଡରେ ତୁର୍କୀର ଏଫଏମ ତାମିର ତାରିକ ସେଲବସଙ୍କୁ ପରାସ୍ତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ବୈଶାଲୀ କ୍ରମାଗତ ଦୁଇଟି ବିଜୟ ହାସଲ କରିଥିଲେ । ଏହି ସଫଳତା ପରେ ଖୁସି ବ୍ୟକ୍ତ କରିବା ସହିତ ଗ୍ରାଣ୍ଡ ମାଷ୍ଟର ଟାଇଟଲ ଜିତିବା ପାଇଁ ସେ ଟୁର୍ଣ୍ଣାମେଣ୍ଟ ଉପରେ ଫୋକସ କରିଥିଲେ ବୋଲି ବୈଶାଲୀ କହିଛନ୍ତି । ତେବେ ଏହି ସଫଳତା ପରେ ବୈଶାଲୀ ଓ ତାଙ୍କର ସାନ ଭାଇ ପ୍ରଜ୍ଞାନାନନ୍ଦା ଏବେ ବିଶ୍ୱର ପ୍ରଥମ ଗ୍ରାଣ୍ଡ ମାଷ୍ଟର ସିବଲିଂ ଯୋଡ଼ିର ମାନ୍ୟତା ହାସଲ କରିଛନ୍ତି ।

Get real time updates directly on you device, subscribe now.