fbpx
BJD SKY
BJD SKY

Twitter ର ବଡ଼ ନିଷ୍ପତି, ତୃତୀୟ ଥର ପାଇଁ ଭାରତରେ ବ୍ଲକ ହେଲା ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ

BJD

ନୂଆଦିଲ୍ଲୀ:ବର୍ତ୍ତମାନ ଭାରତର ଲୋକମାନେ ପଡୋଶୀ ଦେଶ ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ଦେଖି ପାରିବେ ନାହିଁ। କାରଣ ଭାରତରେ ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟକୁ ଅବରୋଧ କରାଯାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଗୁରୁବାର ଏକ ବିଜ୍ଞପ୍ତି ଅନୁଯାୟୀ ଟ୍ୱିଟର ଏକ ଆଇନଗତ ଚାହିଦାକୁ ଦୃଷ୍ଟିରେ ରଖି ଭାରତରେ ପାକିସ୍ତାନ ସରକାରଙ୍କ ଆକାଉଣ୍ଟକୁ ଅବରୋଧ କରିଛି। ପାକିସ୍ତାନ ସରକାରଙ୍କ ଟ୍ୱିଟର ହ୍ୟାଣ୍ଡେଲ @ @GovtofPakistan ଆଉ ଭାରତରେ ଦେଖିବାକୁ ମିଳିବ ନାହିଁ।

ନ୍ୟୁଜ୍ ଏଜେନ୍ସି ରୁଟର୍ସ ଅନୁଯାୟୀ, ଭାରତ ବ୍ୟତୀତ ଆମେରିକା, କାନାଡା ଭଳି ଦେଶର ଲୋକମାନେ ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ଦେଖିପାରିବେ। ଏହା ଏଠାରେ ଅବରୋଧ ହୋଇନାହିଁ। ବର୍ତ୍ତମାନ ପାକିସ୍ତାନର ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟର ମାଧ୍ୟମରେ ଏ ବିଷୟରେ କୌଣସି ମନ୍ତବ୍ୟ ଆସିନାହିଁ। ଏଥିସହିତ ଭାରତ ସରକାରଙ୍କ ମଧ୍ୟ ଏହା ଉପରେ କୌଣସି ପ୍ରତିକ୍ରିୟା ମିଳିନାହିଁ।

ସୂଚନାମୁତାବକ ଏହା ହେଉଛି ତୃତୀୟ ଥର ଯେତେବେଳ ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟକୁ ଭାରତରେ ଅବରୋଧ କରାଯାଇଛି। ଏହାପୂର୍ବରୁ ଗତ ବର୍ଷ ଅକ୍ଟୋବରରେ ମଧ୍ୟ ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟକୁ ଅବରୋଧ କରାଯାଇଥିଲା।

ଜୁଲାଇ ୨୦୨୨ ରେ, ଟ୍ୱିଟର ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିଥିବାରୁ ଭାରତୀୟ ବ୍ୟବହାରକାରୀଙ୍କ ୪୫,୧୯୧ ଆକାଉଣ୍ଟକୁ ବ୍ଲକ କରିଥିଲା। ଟ୍ୱିଟର କେନ୍ଦ୍ର ସରକାରଙ୍କ ନୂତନ ନିୟମକୁ କଡାକଡି ଭାବରେ ପାଳନ କରୁଛି। ଗତ ବର୍ଷ ଜୁନ୍ ମାସରେ ଟୁଇଟର ଇଣ୍ଡିଆ ମିଳିତ ଜାତିସଂଘ, ତୁର୍କୀ, ଇରାନ ଏବଂ ଇଜିପ୍ଟରେ ଥିବା ପାକିସ୍ତାନ ଦୂତାବାସର ଟ୍ୱିଟର ଆକାଉଣ୍ଟକୁ ମଧ୍ୟ ଅବରୋଧ କରିଥିଲା।

ଦେଖିବାକୁ ଗଲେ ଭାରତରେ ଏହା ହେଉଛି ତୃତୀୟ ଥର ଯେତେବେଳେ ପାକିସ୍ତାନ ସରକାରଙ୍କ ଆକାଉଣ୍ଟକୁ ଅବରୋଧ କରାଯାଇଛି। ଏହାପୂର୍ବରୁ ଜୁଲାଇ ୨୦୨୨ ଏବଂ ଅକ୍ଟୋବରରେ ମଧ୍ୟ ଭାରତରେ ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟକୁ ଅବରୋଧ କରାଯାଇଥିଲା।

Get real time updates directly on you device, subscribe now.