fbpx
BSKY SKY
BSKY SKY

World cup 2023; ଦକ୍ଷିଣ ଆଫ୍ରିକା ଆଗରେ ୨୭୧ ରନର ଟାର୍ଗେଟ ରଖିଲେ ବାବର ସେନା

BSKY

ଚେନ୍ନାଇ : ଦକ୍ଷିଣ ଆଫ୍ରିକା ଆଗରେ ୨୭୧ ରନର ଟାର୍ଗେଟ ରଖିଲେ ବାବର ସେନା । ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ବିଶ୍ୱକପର ୨୬ ତମ ମ୍ୟାଚରେ ଭଲ ବ୍ୟାଟିଂ ପଦର୍ଶନ କରିଛି ପାକିସ୍ତାନ ଟିମ୍ । ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତି ନେବା ପରେ ଅଲଆଉଟ ହୋଇ ମୋଟ ୨୭୦ ରନ ସଂଗ୍ରହ କରିଛି ପାକିସ୍ତାନ । ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ୨୭୧ ରନର ଏକ ବିଜୟ ଲକ୍ଷ୍ୟ ରଖିଛି । ପାକିସ୍ତାନ ଅଧିନାୟକ ବାବର ଆଜାମ ଓ ସକିଲଙ୍କ ଅର୍ଦ୍ଧଶତକ ଫଳରେ ଦଳକୁ ଏକ ଭଲ ସ୍କୋର ମିଳିଥିବା ଦେଖିବାକୁ ମିଳିଛି ।

ସୂଚନା ଥାଉକି, ଚଳିତ ବିଶ୍ୱକପରେ ବର୍ତ୍ତମାନ ସୁଦ୍ଧା ୫ଟି ମ୍ୟାଚ ମଧ୍ୟରୁ ଦୁଇଟି ମ୍ୟାଚ ଜିତିବାରେ ସକ୍ଷମ ହୋଇଛି ପାକିସ୍ତାନ ଟିମ୍। ଯାହାକୁ ନେଇ ବିଶ୍ୱକପ ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନରେ ରହିଛି ପାକିସ୍ତାନ । ଅପରପକ୍ଷରେ ପାଞ୍ଚଟି ମ୍ୟାଚ ମଧ୍ୟରୁ ଚାରିଟି ମ୍ୟାଚ ଜିତି ବିଶ୍ୱକପ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି ଦକ୍ଷିଣ ଆଫ୍ରିକା ।

Get real time updates directly on you device, subscribe now.