fbpx

ପାକିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚ: ପୁଣି ଯଦି ବର୍ଷା ହୁଏ, DLS ନିୟମରେ କିଏ ଜିତିବ?

Advertisement

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଆଜି ପାକିସ୍ତାନ-ନ୍ୟୁଜିଲାଣ୍ଡ ମଧ୍ୟରେ କଡ଼ା ମୁକାବିଲା ଚାଲିଛି । ଉଭୟ ଟିମ୍ ୭ଟି ଲେଖାଏଁ ମ୍ୟାଚ ଖେଳିଥିବା ବେଳେ ନ୍ୟୁଜିଲାଣ୍ଡ ୮ ପଏଣ୍ଟ ଓ ପାକିସ୍ତାନ ୬ ପଏଣ୍ଟ ହାସଲ କରିଛି । ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ୮ ପଏଣ୍ଟ ଲେଖାଏଁ ଜିତି ସେମିଫାଇନାଲ ରେସରେ ରହିଛନ୍ତି । ତେଣୁ ଏଭଳି ସ୍ଥିତିରେ ଆଜିର ମ୍ୟାଚ ଜିତିବା ଉଭୟ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ।

ଆଜି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୪୦୨ ରନର ଟାର୍ଗେଟ ଦେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ୨୬ ଓଭରରେ ୧ ୱିକେଟ ହରାଇ ୨୦୦ ରନ ସଂଗ୍ରହ କରି ମଜବୁତ ସ୍ଥିତିରେ ରହିଛି । ଆଜି ବର୍ଷା କାରଣରୁ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା । ସେଥିପାଇଁ ପାକିସ୍ତାନକୁ ବିଜୟ ପାଇଁ ଡକୱର୍ଥ ଲୁଇସ୍ ଷ୍ଟର୍ଣ୍ଣ (ଡିଏଲସ) ନିୟମ ଆଧାରରେ ୪୧ ଓଭରରେ ୩୪୨ ରନର ଟାର୍ଗେଟ ଦିଆଯାଇଛି ।

ପାକିସ୍ତାନ ୨୧.୩ ଓଭରରେ ୧ ୱିକେଟ ହରାଇ ୧୬୦ ରନ୍ ସଂଗ୍ରହ କରିଥିବା ବେଳେ ବର୍ଷା ପାଇଁ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା । ଡିଏଲଏସ ନିୟମ ଅନୁସାରେ ସେହି ସ୍ଥିତି ବେଳକୁ ପାକିସ୍ତାନ ୧୦ ରନରେ ଆଗୁଆ ରହିଥିଲା । ଯଦି ସେହି ସମୟରେ ବର୍ଷା କାରଣରୁ ଖେଳ ବାଧାପ୍ରାପ୍ତ ହୋଇଥାନ୍ତା, ତେବେ ପାକିସ୍ତାନ ବିଜୟୀ ହୋଇଥାନ୍ତା । ଆଗକୁ ଯଦି ପୁଣି ଥରେ ବର୍ଷା ହୁଏ, ତେବେ ଖେଳର ସ୍ଥିତି ବଦଳିପାରେ । ଏଭଳି ସ୍ଥିତି ବର୍ଷା କାହା ପାଇଁ କାଳ ତ ଆଉ କାହା ପାଇଁ ସୁଫଳ ଆଣିପାରେ ।

Get real time updates directly on you device, subscribe now.