fbpx

(Video) ହତ୍ୟାକାଣ୍ଡର ଛାତିଥରା ଭିଡିଓ ସେୟାର କଲା ହମାସ: ଅକ୍ଟୋବର ୭ର ଭୟଙ୍କର ଦୃଶ୍ୟ ଭାଇରାଲ

Advertisement

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟାନକ ରୂପ ନେଉଛି । ପ୍ରତିଦିନ ଗୋଳାବାରୁଦର ଶବ୍ଦ ସହିତ ଦେଖିବାକୁ ମିଳୁଛି ଲୋକଙ୍କ ମୃତ୍ୟୁର ତାଣ୍ଡବ । ଉଭୟ ଦେଶର ହଜାର ହଜାର ଲୋକ ଏହି ଯୁଦ୍ଧରେ ବଳି ପଡ଼ୁଛନ୍ତି । ତେବେ ଏହା ଭିତରେ ଯୁଦ୍ଧ ଏବଂ ଏହାର ପରିଣାମର ଏକ ଛାତିଥରା ଭିଡିଓ ସେୟାର କରିଛି ହମାସ । ଦକ୍ଷିଣ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପରର ଦୃଶ୍ୟକୁ ରେକର୍ଡ କରି ହମାସ ସୋସିଆଲ ମିଡିଆରେ ଅପଲୋଡ କରିଛି । ଯାହାକୁ ଦେଖି ଯେକୌଣସି ବ୍ୟକ୍ତି ଆଖିରେ ଲୁହ ଆସିଯିବ ।

ସୂଚନା ଅନୁସାରେ, ଗତ ଅକ୍ଟୋବର ୭ ତାରିଖରେ ଦକ୍ଷିଣ ଇସ୍ରାଏଲ ମରୁଭୂମିରେ ଏକ ଭୟଙ୍କର ଆକ୍ରମଣ କରିଥିଲା ହମାସ । ଏଥିରେ ଶହ ଶହ ଲୋକ ପ୍ରାଣ ହରାଇଥିଲେ । ତେବେ ଆକ୍ରମଣ ପରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ ସେଠାକାର ଦୃଶ୍ୟକୁ ରେକର୍ଡ କରି ସେୟାର କରାଯାଇଛି । ସକାଳ ସମୟରେ ଯେଉଁଠାରେ ଲୋକମାନେ ଆନନ୍ଦ ଉଲ୍ଲାସରେ ନାଚି ବୁଲୁଥିଲେ, ସେଠାରେ ଚାରିଆଡ଼େ କୁଢ କୁଢ ଶବ ପଡ଼ିଥିବା ଦେଖିବାକୁ ମିଳିଛି । ସୁପରନୋଭା ମ୍ୟୁଜିକ ଫେଷ୍ଟିଭାଲରେ ହୋଇଥିବା ଏହି ଆକ୍ରମଣରେ ପ୍ରାୟ ୨୬୦ ବା ଅଧିକ ଲୋକ ପ୍ରାଣ ହରାଇଥିବା ନେଇ ଇସ୍ରାଏଲ ତରଫରୁ ସୂଚନା ମିଳିଛି ।

ଗତ ସେପ୍ଟେମ୍ବର ୨୯ ତାରିଖରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ସୁକୋଟରେ ଏହି ଉତ୍ସବ ପାଳନ କରାଯାଇଥିଲା । ଏହି ସମୟରେ ଗାଜାର ସୀମା ଉଲ୍ଲଙ୍ଘନ କରି କିଛି ବନ୍ଧୁକଧାରୀ ଆକ୍ରମଣ କରିଥିଲେ, ଫଳରେ ନାଚ-ଗୀତର ମାହୋଲ ଏକ ଭୟଙ୍କର ପରିଣାମରେ ବଦଳି ଯାଇଥିଲା । ତେବେ ଆତଙ୍କବାଦୀଙ୍କ ଟାର୍ଗେଟରେ ଏହି ଇଭେଣ୍ଟରେ ସାମିଲ ହୋଇଥିବା ପ୍ରାୟ ୩,୫୦୦ ଯୁବକ-ଯୁବତୀ ଥିବା ଜଣାପଡ଼ିଛି ।

ରକେଟ ମାଡ଼ ସହ ଉପସ୍ଥିତ ଲୋକମାନେ ଏହି ଘଟଣା ଦୃଶ୍ୟ ବଖାଣିଛନ୍ତି । ଇଭେଣ୍ଟ ସମୟରେ ଆକ୍ରମଣକାରୀମାନେ ପହଞ୍ଚିବା ପରେ ସେମାନଙ୍କ ମଧ୍ୟରୁ କିଛି ଲୋକ ବୋମା ଆକ୍ରମଣ କରିଥିଲେ । ଏକେ-୪୭ ରାଇଫଲ ଏବଂ ଗ୍ରେନେଡ ସହ ରକେଟ ଇତ୍ୟାଦି ଅସ୍ତ୍ରଶସ୍ତ୍ର ଧରି ବିଭିନ୍ନ ଯାନବାହନରେ ପହଞ୍ଚିଥିଲେ ଆକ୍ରମଣକାରୀ । ଏହି ଆକ୍ରମଣରେ ପ୍ରାୟ ୨୬୦ ବା ଅଧିକ ଜନସାଧାରଣ ମୃତ୍ୟୁବରଣ କରିଛନ୍ତି ।

Get real time updates directly on you device, subscribe now.