fbpx

ସାମନାକୁ ଆସିଲା ପାକିସ୍ତାନୀ ବିମାନ କ୍ରାସ ହେବାର ପୂର୍ବ ଭିଡିଓ

ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ବା ପିଆଇଏର ଏକ ଏୟାରବସ୍ ଏ୩୨୦ ଗତକାଲି କରାଚି ବିମାନବନ୍ଦର ନିକଟରେ କ୍ରାସ ହୋଇଥିଲା । ରନୱେଠାରୁ ମାତ୍ର ୧ କିଲୋମିଟର ଦୂରରେ ହିଁ ବିମାନଟି ଦୁର୍ଘଟଣାର ସମ୍ମୁଖୀନ ହୋଇ ନିକଟସ୍ଥ ଲୋକ ରହୁଥିବା ଘର ଉପରେ ଗଳିପଡିଥିଲା । ଅବତରଣ ସମୟରେ ବିମାନଟିର ପଛ ଭାଗ ଏକ ବଡ ବିଲ୍ଡିଂରେ ପିଟିହୋଇଥିଲା । ଏହାର ଏକ ସେକେଣ୍ଡ ମଧ୍ୟରେ ଧମାକା ହେବା ସହ ସେହି ଅଞ୍ଚଳ କଳାରଙ୍ଗରେ ଧୂଆଁମୟ ହୋଇଗଲା । ସେହି ଅଞ୍ଚଳରେ ଜଣଙ୍କ ଘର ଉପରେ ଥିବା ସିସିଟିଭିରେ ସମ୍ପୂର୍ଣ୍ଣ ଘଟଣା କଏଦ୍ ହୋଇଗଲା । ତେବେ ଆସନ୍ତୁ ଦେଖିବା ଏହି ଭାଇରାଲ ଭିଡିଓ..

ତେବେ ବିମାନଟି ଲାହୋରାରୁ କରାଚୀ ଆସୁଥିବା ବେଳେ ସେଥିରେ ୯୯ ଯାତ୍ରୀ ଥିବା ଜଣାପଡିଛି । ଯାତ୍ରୀବାହୀ ବିମାନରେ ୮ଜଣ କ୍ରୁ ମେମ୍ବର ଥିଲେ । ବର୍ତ୍ତମାନ ସୁଦ୍ଧା ୫୭ ଜଣଙ୍କର ଶବ ଉଦ୍ଧାର ହୋଇଛି । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ୩ ଜଣ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ।

Get real time updates directly on you device, subscribe now.