fbpx

ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ରାଗରେ ଜର୍ଜର ପାକିସ୍ତାନ, କହିଲା ଏପରି କଥା

Advertisement

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ବୈଧ କହିବା ସହ ନିଜର ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଧାରା ୩୭୦ ଏକ ଅସ୍ଥାୟୀ ପ୍ରାବଧାନ । ତେବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଆସିବା ପରେ ପାକିସ୍ତାନ ଏହାର ପ୍ରତିକ୍ରିୟା ରଖିଛି । ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ଏକ ବୟାନ ଜାରି କରି ଜାମ୍ମୁ କାଶ୍ମୀର ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଅଗ୍ରାହ୍ୟ କରିଦେଇଛି ।

ଧାରା ୩୭୦ ଉପରେ ନିଷ୍ପତ୍ତି ଶୁଣାଇବା ସମୟରେ ଭାରତର ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ କହିଥିଲେ, ଜାମ୍ମୁ କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ । ଏହା ଭାରତ ଠାରୁ ଅଲଗା ନୁହେଁ । ସେ କହିଥିଲେ ଭାରତରେ ବିଲୟ ହେବା ପରେ ଜାମ୍ମୁ କାଶ୍ମୀରର ସ୍ୱତନ୍ତ୍ରତାର ଅନ୍ତଃ ଘଟିଛି ।

ପାକିସ୍ତାନ କହିଛି ଜାମ୍ମୁ କାଶ୍ମୀର ବିବାଦ ଏକ ଅନ୍ତଃରାଷ୍ଟ୍ରୀୟ ବିବାଦ ଯାହା ୭ ଦଶକରୁ ଜାତିସଂଘ ସୁରକ୍ଷା ପରିଷଦ ଏଜେଣ୍ଡାରେ ସାମିଲ ରହିଛି । ଜାମ୍ମୁ କାଶ୍ମୀରକୁ ନେଇ ଅନ୍ତିମ ନିଷ୍ପତ୍ତି ଜାତିସଂଘ ସୁରକ୍ଷା ପରିଷଦର ପ୍ରସ୍ତାବ ଓ କାଶ୍ମୀର ଲୋକଙ୍କ ଆକାଂକ୍ଷା ଅନୁସାରେ କରାଯିବ । ଭାରତକୁ କାଶ୍ମୀର ଲୋକ ଓ ପାକିସ୍ତାନର ଇଚ୍ଛା ବିରୁଦ୍ଧରେ ଏକତରଫା ନିର୍ଣ୍ଣୟ ନେବାର କୌଣସି ଅଧିକାର ନାହିଁ ।

Get real time updates directly on you device, subscribe now.