fbpx
BSKY SKY
BSKY SKY

କିଭଳି କାମ କରିବ ICCର Electronic Clock? ଜାଣନ୍ତୁ କ୍ରିକେଟରେ କେଉଁ ନିୟମ ହେବ ପରିବର୍ତ୍ତନ…

BSKY

ଦିନିକିଆ ଏବଂ ଟି-୨୦ ମ୍ୟାଚ ପାଇଁ ଏକ ଇଲେକ୍ଟ୍ରୋନିକ ଘଡ଼ିର ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ଚଳିତ ଡିସେମ୍ବର ମାସରୁ ଆସନ୍ତାବର୍ଷ ଏପ୍ରିଲ(୨୦୨୫) ମଧ୍ୟରେ ହେବାକୁ ଥିବା ସମସ୍ତ ପୁରୁଷ ଦିନିକିଆ ଏବଂ ଟି-୨୦ କ୍ରିକେଟରେ ଏହି ଘଡ଼ି ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି । ତେବେ ପ୍ରଥମେ ଏହାକୁ ଏକ ଟ୍ରାଏଲ ବେସିସ ଭାବରେ ବ୍ୟବହାର କରାଯିବ । ଏହି ସମୟ ମଧ୍ୟରେ ପ୍ରାୟ ୫୯ଟି ଆନ୍ତର୍ଜାତୀୟ ମ୍ୟାଚ(ଦିନିକିଆ ଏବଂ ଟି-୨୦) ଖେଳାଯିବ । ତେବେ ଏହି ନିୟମ ଆସନ୍ତାକାଲି(ଡିସେମ୍ବର ୧୨) ତାରିଖରେ ଆରମ୍ଭ ହେବାକୁ ଥିବା ୱେଷ୍ଟଇଣ୍ଡିଜ-ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରୁ ଲାଗୁ କରି ଆଇସିସି ।

କିପରି କାମ କରିବ Electronic Clock?

ଗୋଟିଏ ଓଭର ଶେଷ ହେବାର ୬୦ ସେକେଣ୍ଡ ମଧ୍ୟରେ ବୋଲିଂ ଟିମ୍ ପରବର୍ତ୍ତୀ ଓଭର ଆରମ୍ଭ କରିବ ବୋଲି ଆଶା କରାଯାଉଛି । ତେବେ ଏହି ସମୟ ମଧ୍ୟରେ ଆଇସିସିରଏହି ନୂଆ ଇଲେକ୍ଟ୍ରୋନିକ୍ ଘଣ୍ଟା ଷ୍ଟାଡିୟମରେ ୬୦ ରୁ ଶୂନକୁ ଗଣନା କରିବ ।
ଦୁଇ ଓଭର ମଧ୍ୟରେ ନିଆଯାଇଥିବା ସମୟକୁ ସୀମିତ କରିବାକୁ ଷ୍ଟପ୍ ଘଣ୍ଟା ବ୍ୟବହାର କରାଯିବ । ତେବେ ଗୋଟିଏ ଓଭରର ୬୦ ସେକେଣ୍ଡ ମଧ୍ୟରେ ପରବର୍ତ୍ତୀ ଓଭରର ପ୍ରଥମ ବଲକୁ ବୋଲିଂ କରିବା ପାଇଁ ବୋଲରଙ୍କୁ ପ୍ରସ୍ତୁତ ହେବାକୁ ପଡ଼ିବ । ତେବେ ଏଥିରେ ତ୍ରୁଟି ହେଲେ ବୋଲିଂ ଦଳକୁ ମାତ୍ର ୨ଟି ଚେତାବନୀ ଦିଆଯିବ ଏବଂ ତୃତୀୟ ଥର ଏହି ଭୁଲ ପାଇଁ ପ୍ରତିପକ୍ଷ ଦଳକୁ ପାଞ୍ଚ ରନ୍ ପେନାଲ୍ଟି ଦିଆଯିବ ବୋଲି ଘୋଷଣା କରାଯାଇଛି ।

ଉପ-ଧାରା ଅନୁଯାୟୀ, ଏସବୁ ଥାଇ ମଧ୍ୟ ଯଦି ନିମ୍ନଲିକିତ ମଧ୍ୟରୁ କିଛି ଘଟଣା ଘଟେ, ତେବେ ଏହି ଘଡ଼ି ବନ୍ଦ ହୋଇପାରିବ ।

  • ଓଭର ମଧ୍ୟରେ ଗ୍ରାଉଣ୍ଡକୁ ଏକ ନୂଆ ବ୍ୟାଟ୍ସମ୍ୟାନ ଆସିଲେ
  • ମ୍ୟାଚ ମଝିରେ ଡ୍ରିଙ୍କସ ବ୍ରେକ ନିଆଗଲେ
  • କୌଣସି ଖେଳାଳି ଆହତ ହୋଇଥିବା ବେଳେ ଅମ୍ପାୟାର ଯଦି ଚିକିତ୍ସକଙ୍କୁ ପଡ଼ିଆକୁ ଡକାଇଥାନ୍ତି ଭଳି ପରିସ୍ଥିତିରେ ଇଲେକ୍ଟ୍ରୋନିକ ଘଡ଼ି ବନ୍ଦ କରାଯାଇ ପାରିବ ।

Get real time updates directly on you device, subscribe now.